-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
28-Jul-2022
ପାଟଣାଗଡ଼(ସଚ୍ଚିଦାନନ୍ଦ ମହାକୁର)- ବେଳପଡା ବ୍ଲକ ଅନ୍ତର୍ଗତ କୁମାରଖୋନ ଗାଁରେ ଗତକାଲି ଏକ ଅଭାବନୀୟଘଟଣା ଘଟି ଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ସମୟରେ କୁମାରଖୋନ ଗାର ଦୀପକ ପୁଟେଲ ଗାଁ ନିକଟରେ ଥିବା ଛେଳିଆ ଡେମ କୁ ମାଛ ମାରିବାକୁ ଯାଇଥିବାବେଳେ ସେଆଉ ଘରକୁ ଫେରି ନ ଥିଲା ଆଜି ସକାଳେ ଡେମରେ ଦୀପକର ମୃତ ଦେହ ଭାସୁଥିବା ଦେଖି ପରିବାର ଲୋକେ ଉଦ୍ଧାର କରି ଥିଲେ ।ଦୀପକ ଙ୍କ ସାନ ଭାଇ ବିଶ୍ୱଜିତ ପୁଟେଲ ବଡ଼ ଭାଇର ମୃତ୍ୟୁ ହୋଇଥିବା ଦେଖି ସେଇନିଜେ ବିଷ ପିଇ ଦେଇଥିଲା । ବିଶ୍ୱଜିତ କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତର ଖାନାକୁ ଅଣାଯାଇଥିବା ବେଳେ । ବର୍ତ୍ତମାନ ବିଶ୍ୱଜିତ ଙ୍କର ଚିକିତ୍ସା ଚାଲିଛି। ଖବର ପାଇ ଘଟଣା ସ୍ଥଳରେ ବେଳପଡା ପୋଲିସ ପହଞ୍ଚି ଶବ ଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଅଧିକ ତଦନ୍ତ ଜାରି ରହିଛି।