-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
20-Jul-2022
ନାକଟିଦେଉଳ(କନ୍ଦର୍ପ ବେହେରା) ନାକଟିଦେଉଳ ଥାନା ରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା lଏହି ଶିବିରକୁ ଏସ ଡି ପି ଓ ରେଢ଼ାଖୋଲ ପ୍ରଶାନ୍ତ କୁମାର ମେହେର ଉଦ୍ଘାଟନ କରିଥିବାବେଳେ ,ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁ ,ଆଇ ଆଇ ସି ବିଭୂତି ଭୂଷଣ ଦଳେଇ, ଉପସ୍ଥିତ ଥିଲେ ା l ଏହି ଶିବିରରେ ୧୧୫ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା l ଏହି ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ର ଡାକ୍ତର କଳ୍ପେଷ୍ କକ୍କଡ୍, ସନ୍ତୋଷ ଗୌଡ଼,କର୍ମଦେବ ପଟେଲ , ଗଣେଶ ସେଟ୍,ମନବୋଧ ନାୟକ ଏବଂ ରେଢାଖୋଲ ରକ୍ତଭଣ୍ଡାର ର ଇନ୍ଦ୍ରମଣି ବେହେରା, ସୁଦର୍ଶନ ନାଏକ,ଏବଂ ଯାମିନି ସାହୁ, ତ୍ରିପୁରାରି ଗଡତିଆ ପରିଚାଳନା କରିଥିଲେ । ହାବିଲଦାର ଏବଂ କନେଷ୍ଟବଳ ଶାଖା ସଂଘ ସଭାପତି ରାମଦାସ ପଣ୍ଡା ଙ୍କ ସଂଯୋଜନା ରେ ଏହି ଶିବିର ଆୟୋଜନ କରାଯାଇଥିଲା l ଏହି ରକ୍ତଦାନ ଶିବିର ରେ ମହିଳାମାନେ ଉତ୍ସାହ ସହକାରେ ରକ୍ତଦାନ କରିଛନ୍ତି l ନାକଟିଦେଉଳ ଥାନାର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ l ଏସ ଡି ପି ଓ ପ୍ରଶାନ୍ତ ମେହେର ରକ୍ତଦାତା ମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନାକଟିଦେଉଳ ଥାନାର ସମସ୍ତ କର୍ମଚାରୀ, ସାମ୍ବାଦିକ, ସ୍ଥାନୀୟ ସରପଞ୍ଚ , ୱାର୍ଡ ମେମ୍ବର, ସରାପାଲି ସ୍କୁଲ ଶିକ୍ଷକ, ନାକଟିଦେଉଳ ଆଦର୍ଶ ସ୍କୁଲ୍
ଶିକ୍ଷକ, ବେଙ୍କ କର୍ମଚାରୀ, ବ୍ଲକ୍ ଅଫିସ୍ କର୍ମଚାରୀ,ତହସିଲ ଅଫିସ କର୍ମଚାରୀ ବିଭିନ୍ନ ପ୍ରାଥମିକ ସ୍କୁଲର ଶିକ୍ଷକ ,ଆମ ପୋଲିସ୍ ସମିତି, ବ୍ୟବସାୟୀ ସଂଘ, ବିଭିନ୍ନ ରାଜନୈତିକ ଦଳର କର୍ମୀ, ଫରେଷ୍ଟ କର୍ମଚାରୀ, ଫାୟାର କର୍ମଚାରୀ, ନାକଟିଦେଉଳ,ଫାଇନାନ୍ସ କମ୍ପାନୀ କର୍ମଚାରୀ ଓ ସ୍ଥାନୀୟ ଲୋକ ରକ୍ତ ଦାନ କରିଥିଲେ l ଆଇ ଆଇ ସି ବିଭୂତି ଭୂଷଣ ଦଳେଇ ଧନ୍ୟବାଦ୍ ଦେଇଥିଲେ ା