-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
19-Jul-2022
ବଲାଙ୍ଗୀର, ଜାତୀୟ ରାଜପଥ - ୨୦୧ ସନ୍ନିକଟ ଚୁଇଁବନ୍ଧ ଠାରେ ସ୍ଵେଛାସେବୀ ଅନୁଷ୍ଠାନ ସଂଜୀବନୀ ତରଫରୁ ଜୀବନ ପାଇଁ ବୃକ୍ଷ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳ ଚଂଚଳ ରାଣା ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବୃକ୍ଷ ବିନା ଜୀବନ ଅସମ୍ଭବ,ତେଣୁ ପ୍ରତ୍ୟକ ବ୍ୟକ୍ତି ବିଶେଷ ଗଛ ଲଗେଇବା ସହିତ ତାହାର ସୁରକ୍ଷା କରିବା ପାଇଁ ମୁଖ୍ୟଅତିଥି ଶ୍ରୀରଣା ମତ ପ୍ରକାଶ କରିଥିଲେ । ସଂଜୀବନୀର
ସମ୍ପାଦକ ସୁମିତ ରାମ ଭରଦ୍ୱାଜ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ୧୮୯-ବାଟଟାଲିୟନ ସିଆରପିଏଫ କମାଣ୍ଡିଙ୍ଗ ଅଫିସର ପବନ କୁମାର ତିୱାରୀ ଯୋଗଦାନ କରିଥିଲେ । ୧୮୯-ବେଟାଲିୟନ ଯବାନ ମାନେ
ସ୍ବେଛାସେବୀ ମାନଙ୍କ ମିଶି ସହିତ ଶତାଧିକ ବୃକ୍ଷରୋପଣ କରାଯାଇଥିଲା । ଏହି ଅବସରରେ ଆଗାମୀ ଦିନରେ ୧୧୦୦୦ ବୃକ୍ଷରୋପଣ କରାଯିବ ବୋଲି ସଂକଳ୍ପ ନିଆଯାଇଥିଲା ।ମୋନାଲି ଦାଶ , ଧର୍ମେନ୍ଦ୍ର ଅଗ୍ରୱାଲ ଯଶୋବନ୍ତ ସି, ରାମନାରାୟଣ ଦାଶ ଓ ଉଜ୍ବଳ ସିଂହଳ ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।