-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
19-Jul-2022
ନାକଟିଦେଉଳ(କନ୍ଦର୍ପ ବେହେରା) -ଜଙ୍ଗଲକୁ ଛତି ସଂଗ୍ରହ କରିବାକୁ ଯାଇ ଜାମୁଜୋରୀର ଜଣେ ବ୍ୟକ୍ତି ଆହତ ହୋଇଥିବା ଖବର ହସ୍ତଗତ ହୋଇଛି ା ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ ଅଧିନସ୍ଥ ଜାମୁଜୋରୀ ଗ୍ରାମର କବି
ମାଝୀ (୫୦ ବର୍ଷ )ଗାଁ ନିକଟସ୍ଥ ଜଙ୍ଗଲକୁ ଛତି ଖୋଜିବାକୁ ଯାଇଥିଲେ ା ଛତି ସଂଗ୍ରହ କରୁଥିବା ବେଳେ ସେ ଭାଲୁ ହାବୁଡରେ ପଡ଼ିଯାଇଥିଲେ ା ଗାଁ ଲୋକମାନେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ ା ବନବିଭାଗ ଖବର ପାଇ ତୁରନ୍ତ ଆହତ କବିକୁ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିଲେ ା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା ା ସେ ବର୍ତ୍ତମାନ ସୁସ୍ଥଥିବା ଜଣା ପଡ଼ିଛି ା ତାଙ୍କର ହାତ ଓ ଗୋଡରେ ଗଭୀର ଆଘାତ ଲାଗିଛି ା