-+91-9937148622 |

prerana_bgr@rediffmail.com |

  Thursday 30th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଲ୍ୟାପଟପ୍ ଧରି ଗାଁ କୁ ଯାଅ - ବିଡ଼ିଓ ସିନାପାଲି   (30-Apr-2026)       ||      ଜଳଛତ୍ର ଓ ବିଶ୍ରାମାଗାର ପାଇଁ ବିଡ଼ିଓଙ୍କୁ ଦାବିପତ୍ର   (30-Apr-2026)       ||      ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ   (30-Apr-2026)       ||      ପୌର ପରିଷଦ ନିକଟରେ ଫେରାଦ ହେଲେ ୩ ୱାର୍ଡର ବାସିନ୍ଦା: ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ ଦଫା ଦାବିପତ୍ର ପ୍ରଦାନ   (30-Apr-2026)       ||      ଟଙ୍କା ପାଇବାକୁ ବ୍ୟାଙ୍କକୁ କଙ୍କାଳ ପ୍ରମାଣ ଧରି ଯିବା ଘଟଣାରେ ଆରଡିସି ତଦନ୍ତ ପରେ ପ୍ରାଥମିକ ଭାବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୁଲ ରହିଥିବା ଗଣମାଧ୍ୟମକୁ କହିଛନ୍ତି   (30-Apr-2026)       ||      ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ   (30-Apr-2026)       ||      ନୂଆପଡ଼ାରେ ଉପ-ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ   (30-Apr-2026)       ||      କଣ୍ଟାମାଳ ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା    (30-Apr-2026)       ||      ଟିପିଡବ୍ଲୁଓଡିଏଲ୍ ବିରୋଧରେ ଡବ୍ଲୁ ଓ ବି ଏସ୍ ଏମ୍ ତରଫରୁ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ    (30-Apr-2026)       ||      କଟକ ସଦର ବ୍ଲକ୍‌ରେ ୨୫୦ କୋଟିର ଦୁର୍ନୀତି:  ଗୋଟିଏ ଗୋଟିଏ କାମକୁ ଦୁଇ ଦୁଇ ଥର ବିଲ୍   (30-Apr-2026)       ||      ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା   (30-Apr-2026)       ||      ଇଣ୍ଡିଆ ସ୍କେଟ ଗେମ୍ସରେ ବରଗଡ଼ ବୈଦିକ ସ୍କୁଲର କୃତିତ୍ୱ    (30-Apr-2026)       ||      ବ୍ରାହ୍ମଣୀପାଲିରେ ଟ୍ରାନ୍ସଫର୍ମର ପୋଡିଲା,ଚାଷୀଙ୍କ ଧାନ ମରିବା ଆଶଂକା   (30-Apr-2026)       ||      *ବରଗଡ଼ ଜିଲ୍ଲାରେ ବିଭିନ୍ନ ଜନ କଲ୍ୟାଣ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ*   (30-Apr-2026)       ||      ନୃସିଂହନାଥ ଯାତ୍ରାରେ ଭାରତୀୟ କିସାନ ସଂଘ, ପାଇକମାଳ ବ୍ଲକ ଦ୍ୱାରା ଜଳଛତ୍ର ସେବା   (30-Apr-2026)       ||      କଳାହାଣ୍ଡି: ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ ତହସିଲ ଅଫିସ ର ସିନିୟର କ୍ଲର୍କ    (30-Apr-2026)       ||      ଗଞେଇ ଜବତ, ଚାଲାଣକାରୀ ଗିରଫ   (30-Apr-2026)       ||      ପରିକ୍ଷିତ ଟାଇଗର କଲେଜ ର ୧୩ ତମ ବାର୍ଷିକ ଉତ୍ସବ ପାଳିତ   (30-Apr-2026)       ||      ଓଏସଏପି ଷଷ୍ଠ ବାଟାଲିଅନରେ ଯୁବକ ଯୁବତୀଙ୍କୁ ନେଇ ଗଣ୍ଡଗୋଳ   (30-Apr-2026)       ||      ଜି.ସି.କଲେଜରେ ଗୋପବନ୍ଧୁ ଚୌଧୁରୀଙ୍କ ୬୮ ତମ ଶ୍ରାଦ୍ଧ ଦିବସ ପାଳିତ   (30-Apr-2026)       ||     

HOME   ଜିଲ୍ଲା

ପଶ୍ଚିମ ଓଡିଶାର ଲୋକକଳା ଓ କଳାକାର ଅବହଳୋର ଶୀକାର: ହେମନ୍ତ ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କୁ  ଭୂଖା ଚଳଚ୍ଚିତ୍ର ଦେଖିବାକୁ ଅନୁରୋଧ କଲେ

03-Jul-2022



ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ): ପଶ୍ଚିମ ଓଡିଶାର ଲୋକକଳା ସର୍ବଜନ ବିଦିତ । ଲୋକକଳା ଓ ଏହାର ମୌଳିକତାକୁ  ବଞ୍ଚାଇ ରଖିବା ପାଇଁ ପଶ୍ଚିମ ଓଡିଶାର ଗ୍ରାମାଞ୍ଚଳରେ କଳାକାର ମାନେ ନିଜ ଜୀବନ ଜଞାଳକୁ ଉତ୍ସର୍ଗ କରି ଜୀବନବ୍ୟାପୀ ସାଧନା ଜାରୀ ରଖିଛନ୍ତି । କିନ୍ତୁ କଳାକାର ପେନସନ ଓ ଚିକିତ୍ସା ସହାୟତା କ୍ଷେତ୍ରରେ ସେମାନେ ଅବହେଳା ଓ ଉପେକ୍ଷାର ଶୀକାର ହୋଇଥିବା କଥା ରାଜ୍ୟର  ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା କହିଛନ୍ତି । ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରଦାନ କରିଥିବା ତଥ୍ୟରୁ ଏହା ଜଣାଯାଇଛି । ଜୀବନବ୍ୟାପୀ ଉତ୍ସର୍ଗୀକୃତ  ଭାବେ ବିଭିନ୍ନ ପ୍ରକାର କଳାର ସାଧନା କରିଥିବା  ଦୁଃସ୍ଥ କଳାକାରଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପେନସନ୍ ଓ ଚିକିତ୍ସା ସହାୟତା ପ୍ରଦାନ କରୁଛନ୍ତି । ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାର ମାନଙ୍କୁ ୧୨୦୦ ଟଙ୍କା ପେନସନ  ବାବଦକୁ ଦେଉଥିବା ବେଳେ କେନ୍ଦ୍ରର  ଆର୍ଥିକ ସହାୟତା ପାଇଁ ଯୋଗ୍ୟତା ଭିତ୍ତିରେ ସୁପାରିଶ କରିଥାନ୍ତି । ରାଜ୍ୟ ସହାୟତା ପାଇଁ ଯୋଗ୍ୟତା ବୟସ ପୁରୁଷ କଳାକାରଙ୍କ ପାଇଁ ୫୦ ବର୍ଷରୁ ଉର୍ଦ୍ଧ ହୋଇଥିବା ବେଳେ ମହିଳା କଳାକାରଙ୍କ ପାଇଁ  ୪୦ ବର୍ଷରୁ କମ ରହିଛି । ସେହିଭଳି କେନ୍ଦ୍ରୀୟ ସହାୟତା ପାଇଁ ସର୍ବନିମ୍ନ ବୟସସୀମା ୬୦ ବର୍ଷ ରହିଛି । ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭଗ ପ୍ରଦାନ କରିଥିବା ତଥ୍ୟରୁ ଜଣାଯାଇଛି ଯେ, ୨୦୨୧ ମସିହାରେ ରାଜ୍ୟ ସରକାର କେନ୍ଦ୍ରୀୟ ପେନସନ ଓ ଚିକିତ୍ସା ସହାୟତା ପାଇଁ  ରାଜ୍ୟର ସମୂଦାୟ ୧୫୬୬ ଜଣ ଦୁଃସ୍ଥ କଳାକାରଙ୍କ ନାମ ୫ଟି ପର୍ଯ୍ୟାୟରେ କେନ୍ଦ୍ରକୁ ସୁପାରିଶ କରିଥିଲେ । ରାଜ୍ୟ ସରକାରଙ୍କ ଭତ୍ତା ପାଉଥିବା ଏହି ୧୫୬୬ ଜଣ କଳାକାରଙ୍କ ମଧ୍ୟରୁ ସମଗ୍ର ପଶ୍ଚିମ ଓଡିଶାରୁ ମାତ୍ର ୬୧ ଜଣଙ୍କ ନାମ କେନ୍ଦ୍ର ସରକାରଙ୍କ ଭତ୍ତା ଓ ସହାୟତା ପାଇଁ ସୁପାରିଶ କରାଯାଇଛି । ସେହିପରି ୨୦୧୯ ମସିହାରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମୂଦାୟ ୩୪୮ ଜଣ ଭତ୍ତା ପାଉଥିବା କଳାକାରଙ୍କ ନାମ କେନ୍ଦ୍ରୀୟ ଭତ୍ତା ପାଇଁ କେନ୍ଦ୍ରକୁ ସୁପାରିଶ କରାଯାଇଛି । ଏହି ୩୪୮ ଜଣଙ୍କ ମଧ୍ୟରୁ ମାତ୍ର ୨ ଜଣ ପଶ୍ଚିମ ଓଡିଶାର କଳାକାର ରହିଥିବା ଜଣାଯାଇଛି । ପଶ୍ଚିମ ଓଡିଶାର ଏହି ଦୁଇ ଜଣ କଳାକାର ସୁବର୍ଣପୁର ଜିଲ୍ଲାର ବୋଲି ଜଣାଯାଇଛି । ୨୦୧୮ ମସିହାରେ ରାଜ୍ୟର ସମୂଦାୟ ୧୧୪ ଜଣଙ୍କ ନାମ ସୁପାରିଶ କରାଯାଇଛି । ଏହା ମଧ୍ୟରୁ ମାତ୍ର ୨୭ ଜଣ ପଶ୍ଚିମ ଓଡିଶାର କଳାକାର ଅଟନ୍ତି । ଏହି ବର୍ଷ ମାତ୍ର ୩ ଜଣ ଆକାଶବାଣୀ କଳାକାରଙ୍କ ନାମ ମଧ୍ୟ ଏହି ୧୧୪ ଜଣଙ୍କ ମଧ୍ୟରେ ଥିଲା । ଏହି ୩ ଜଣଯାକ କଟକର ବୋଲି ଜଣାଯାଇଛି । ପଶ୍ଚିମ ଓଡିଶାର ପୁରପଲ୍ଲୀରେ ଦୁଃସ୍ଥ ଓ ଅସହାୟ କଳାକାର ଖୁନ୍ଦି ହୋଇ ରହିଥିବା ବେଳେ ଓ ଏହି ଅଞ୍ଚଳର ଅର୍ଥିକ ସ୍ଥିତି ଅପେକ୍ଷାକୃତ ଦୁର୍ବଳ ଥିବା ବେଳେ ପଶ୍ଚିମ ଓଡିଶାର କଳାକାରଙ୍କୁ ସରକାରଙ୍କ ଆର୍ଥିକ ସହାୟତା ଯୋଜନାରେ ସାମିଲ କରାଯାଇ ପାରୁନାହିଁ । ଏହି ଅଞ୍ଚଳର କଳାକାରମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ କଳାକାର ମାନେ କିଭଳି ଓ କେବେ ଆବେଦନ କରି ପାରିବେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ବ୍ୟବସ୍ଥା ସଚେତନ କରି ପାରି ନାହିଁ । ଆଧୁନିକ ଯନ୍ତ୍ର ସଙ୍ଗୀତର ପ୍ରଭାବରେ ପଶ୍ଚିମ ଓଡିଶାର କଳାକାର ମାନେ କିଭଳି ଭାବେ ଦୟନୀୟ ସ୍ଥିତିକୁ ଆସିଛନ୍ତି ଏବଂ ପାରମ୍ପାରିକ କଳା ଓ କଳାକାର ଦୟନୀୟ ଅବସ୍ଥାର ସମ୍ମୁଖୀନ ହେଉଛନ୍ତି  ଏହା ସର୍ବଭାରତୀୟ ଓ ବିଶ୍ୱସ୍ତରରେ ପ୍ରଶଂସିତ ହେଇଥିବା ଭୁଖା ଚଳଚ୍ଚିତ୍ରରେ ନିଚ୍ଛକ ଭାବେ ପ୍ରଦର୍ଶନ କରାଯାଇଥିଲା । କିନ୍ତୁ ସରକାର ତଥାପି ଉଦାସୀନ ରହିବା ପଶ୍ଚିମ ଓଡିଶା ପ୍ରତି ଆକ୍ରୋଶମୂଳକ ଅବହେଳା ବୋଲି ସୂଚନା କର୍ମି ହେମନ୍ତ ପଣ୍ଡା ଅଭିଯୋଗ କରିଛନ୍ତି । ରାଜ୍ୟ ମୂଖ୍ୟମନ୍ତ୍ରୀ ଭୂଖା ଚଳଚ୍ଚିତ୍ର ଦେଖି ପଶ୍ଚିମ ଓଡିଶାର ଲୋକକଳା ଓ ଦୁଃସ୍ଥ କଳାକାରଙ୍କ ଅବସ୍ଥାକୁ ହୃଦୟଙ୍ଗମ କରିବା ପାଇଁ ସୂଚନା କର୍ମି ପଣ୍ଡା ଅନୁରୋଧ କରିବା ସହ  ପଶ୍ଚିମ ଓଡିଶାର କଳାକାରଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପଣ୍ଡା ଦାବୀ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲ୍ୟାପଟପ୍ ଧରି ଗାଁ କୁ ଯାଅ - ବିଡ଼ିଓ ସିନାପାଲି   30-Apr-2026
  ଜିଲ୍ଲା  
ଜଳଛତ୍ର ଓ ବିଶ୍ରାମାଗାର ପାଇଁ ବିଡ଼ିଓଙ୍କୁ ଦାବିପତ୍ର   30-Apr-2026
  ଜିଲ୍ଲା  
ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ   30-Apr-2026
  ଜିଲ୍ଲା  
ପୌର ପରିଷଦ ନିକଟରେ ଫେରାଦ ହେଲେ ୩ ୱାର୍ଡର ବାସିନ୍ଦା: ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ ଦଫା ଦାବିପତ୍ର ପ୍ରଦାନ   30-Apr-2026
  ଜିଲ୍ଲା  
ଟଙ୍କା ପାଇବାକୁ ବ୍ୟାଙ୍କକୁ କଙ୍କାଳ ପ୍ରମାଣ ଧରି ଯିବା ଘଟଣାରେ ଆରଡିସି ତଦନ୍ତ ପରେ ପ୍ରାଥମିକ ଭାବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୁଲ ରହିଥିବା ଗଣମାଧ୍ୟମକୁ କହିଛନ୍ତି   30-Apr-2026
  ରାଜ୍ୟ  
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ   30-Apr-2026
  ଜିଲ୍ଲା  
ନୂଆପଡ଼ାରେ ଉପ-ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ   30-Apr-2026
  ଜିଲ୍ଲା  
କଣ୍ଟାମାଳ ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା   30-Apr-2026
  ଜିଲ୍ଲା  
ଟିପିଡବ୍ଲୁଓଡିଏଲ୍ ବିରୋଧରେ ଡବ୍ଲୁ ଓ ବି ଏସ୍ ଏମ୍ ତରଫରୁ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ   30-Apr-2026
  ରାଜ୍ୟ  
କଟକ ସଦର ବ୍ଲକ୍‌ରେ ୨୫୦ କୋଟିର ଦୁର୍ନୀତି:  ଗୋଟିଏ ଗୋଟିଏ କାମକୁ ଦୁଇ ଦୁଇ ଥର ବିଲ୍   30-Apr-2026
  ଜିଲ୍ଲା  
ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା   30-Apr-2026
  ଜିଲ୍ଲା  
ଇଣ୍ଡିଆ ସ୍କେଟ ଗେମ୍ସରେ ବରଗଡ଼ ବୈଦିକ ସ୍କୁଲର କୃତିତ୍ୱ   30-Apr-2026

You Might Also Like