-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
02-Jul-2022
ବଲାଙ୍ଗୀର (ପ୍ରେରଣା ଖବର)ରଥଯାତ୍ରା ଉପଲକ୍ଷେ ମାଉସୀ ମା ମନ୍ଦିରରେ ସନାତନ ମନ୍ଦିର ଭଜନ ମଣ୍ଡଳୀ ତରଫରୁ ଭଜନ ସନ୍ଧ୍ୟା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ସନାତନ ମନ୍ଦିର ଭଜନ ମଣ୍ଡଳୀ ଜଗନ୍ନାଥ ଙ୍କ ଭଜନ ପରିବେଷଣ କରିଥିଲେ ।ଅନେକ ଶ୍ରଦ୍ଧାଳୁ ଭକ୍ତ ଭଜନ ଶୁଣି ଭାବ ବିହ୍ୱଳ ହୋଇଥିଲେ । ବିଶିଷ୍ଟ ସଂଗୀତଜ୍ଞ ଶ୍ରୀଯୁକ୍ତ ବିବେକାନନ୍ଦ ମିଶ୍ର ହାରମୋନୀୟମ ବାଦନ କରିଥିବା ବେଳେ ଅନ୍ୟ ବାଦ୍ୟ ଯନ୍ତ୍ର ରେ ଅନ୍ୟ ବାଦକ ଏବଂ ସଂଗୀତଜ୍ଞ ମାନେ ଭଜନ ପରିବେଷଣ କରିଥିଲେ । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ରେ ପଞ୍ଚମ ସାଂସ୍କୃତିକ ଅନୁଷ୍ଠାନ ରୁ ବିଶାରଦ କରିଥିବା ଏନ୍.ଅନ୍ୱେଷା ଜଗନ୍ନାଥ ଙ୍କ ଭଜନ ' ନୀଳ ସିନ୍ଧୁ ତିରେ ବିଜେ ନିଲଶଇଲେ' ଭଜନ ଗାଇଥିଲେ ।