-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
26-Jun-2022
ଉଲୁଣ୍ଡା(ଗୌର ଚନ୍ଦ୍ର ପରିଚ୍ଛା) : ଉଲୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଆଚାର୍ଯ୍ୟ ଲବ ଭରାସାଗରଙ୍କ ସଭାପତିତ୍ୱରେ ହୋଇଥିବା ଏହି ସମ୍ମିଳନୀରେ ବହୁ ଅଭିଭାବକ ଅବିଭାବିକା ଯୋଗଦେଇଥିଲେl ବିଶେଷ କରି ବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଵା ସହ ଶିଶୁର ବିକାଶ ତଥା ବିଦ୍ୟାଳୟର ବିକାଶ କେମିତି ହୋଇପାରିବ ସେ ଉପରେ ଆଲୋଚନା କରାଯାଇଥିଲା l ଏଥିସହିତ ବିଦ୍ୟାଳୟରେ ଅଧୟନ କରୁଥିବା ଛାତ୍ର ଛାତ୍ରୀଙ୍କକି ଉନ୍ନତି ଘଟିଛି ଅଭିଭାବକ, ଅଭିଵାବକ ମାନେ ନିଜ ନିଜର ମତ ପ୍ରକାଶ କରିଥିଲେ l ପରିଚାଳନା ସମିତିର ସମ୍ପାଦକ ଅମର ସିଂ ସମ୍ମିଳନୀର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁଧାଂଶୁ ଶେଖର ପୁରହିତ, କୋଷାଧ୍ୟକ୍ଷ୍ୟ ଶିବନାରାୟଣ ପୁରୋହିତ, ସୁଜାତା ସାମଲଙ୍କ ସମେତ ଅଭିଭାବକ, ଅଭିଭାବିକା ମାନେ ଉପସ୍ଥିତ ରହିଥିଲେ l ଶେଷରେ ପରିଚାଳନା ସମିତିର ସଭ୍ୟା ସଂଗୀତାରାଣୀ ଭୁକ୍ତା ଧନ୍ୟଵାଦ ଦେଇଥିଲେ l