-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ଜିଲ୍ଲା

ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ଅବକାରୀ ବିଭାଗ ର ମିଳିତ ସହଯୋଗରେ ଅନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ଅବୈଧ ତସ୍କରୀ ନିରକାରଣ ଦିବସ ପାଳନ - ନିଶା ଦ୍ରବ୍ୟର କୁ ଅଭ୍ୟାସ ଓ ଅବୈଧ ତସ୍କରୀ କୁ ରୋକିବା ନିମନ୍ତେ ସବୁ ସ୍ତରରେ ଆନ୍ତରିକ ଉଦ୍ୟମ ରହିବା ଆବଶ୍ୟକ - ଆରକ୍ଷୀ ଅଧିକ୍ଷକ-ଶ୍ରୀ ପଣ୍ଡା

26-Jun-2022



ସୁବର୍ଣ୍ଣପୁର,  :ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ସାମାଜିକ ସୁରକ୍ଷା ବିଭାଗ ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ଅବକାରୀ ବିଭାଗ ଆନୁକୂଲ୍ୟରେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ର ବ୍ୟବହାର ଓ ଅବୈଧ ତସ୍କରୀ ର ନିରାକରଣ ଦିବସ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସଚେତନତା ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଅମରେଶ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦାନ କରି ନିଶା ଦ୍ରବ୍ୟର କୁ ଅଭ୍ୟାସ ଓ ଅବୈଧ ତସ୍କରୀ କୁ ରୋକିବା ନିମନ୍ତେ ସବୁ ସ୍ତରରେ ଆନ୍ତରିକ ଉଦ୍ୟମ ରହିବା ଆବଶ୍ୟକ ବୋଲି କହିବା ସହ ଆମେ ସମସ୍ତେ ନିଜ ନିଜ ସ୍ତରରେ ଏଥି ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ କରିଛନ୍ତି l ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଡିଆରଡିଏ ଶ୍ରୀ ନିହାର ରଞ୍ଜନ କଁହର ଙ୍କ ସଭାପତିତ୍ୱ ତଥା ପରିଚାଳନାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଏହି ସଚେତନତା ସଭା ରେ ଅତିରିକ୍ତ ଜିଲ୍ଲପାଳ, ଶ୍ରୀମତୀ ନିଶି ପୁନମ ମିଞ୍ଜ, ଉପଜିଲ୍ଲାପାଳ ବୀରମହାରାଜପୁର ଶ୍ରୀ ଅଶୋକ ଭୋଇ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ନିଶା ଦ୍ରବ୍ୟର କୁଅଭ୍ୟାସ ଓ ମାନବସମାଜ ଓ ବ୍ୟକ୍ତି ଜୀବନରେ ତାର ପ୍ରଭାବ ଓ ଭବିଷ୍ୟତ ତଥା ଅବୈଧ ତସ୍କରୀ ର ସାମାଜିକ ଜୀବନରେ କୁ ପ୍ରଭାବ ଉପରେ ନିଜ ନିଜର ମତବ୍ୟକ୍ତ କରିଛନ୍ତି l ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଶିକ୍ଷା କ୍ଷେତ୍ରରେ ନିଶାର ପlଦ୍ରୁଭାବ କୁ ରୋକିବା ନିମନ୍ତେ ନିଆଯାଉଥିବା ବିଭିନ୍ନ ସଚେତନତା ଧର୍ମୀ ପଦକ୍ଷେପ ସହ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋକପାତ କରିଛନ୍ତି l ସେହିପରି ଅବକାରୀ ବିଭାଗ ନିରୀକ୍ଷକ ରାଧାକାନ୍ତ ଭୋଇ, ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଅଧିକାରୀ, ରେଆର ସାଧାରଣ ସମ୍ପାଦକ ଶ୍ରୀ ଅନଙ୍ଗ ନେଗୀ,ସାମାଜିକ, ଅର୍ଥ ନୈତିକ ଓ ମାନସିକ ସ୍ତରରେ ନିଶା ବ୍ୟବହାର  ଅପକାରିତା, ତଥା ନିଶା ବ୍ୟବହାର ଓ ଅବୈଧ ତସ୍କରୀ ନିମନ୍ତେ ଆଇନର ବିଭିନ୍ନ ଦିଗ ତଥା ନିବାରଣ ନିମନ୍ତେ ବିଭାଗୀୟ ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଛନ୍ତି l ରିସୋର୍ସ ପର୍ସନ ସାମାଜିକ କର୍ମୀ ଶ୍ରୀ ରାଜୀବ ଲୋଚନ ନାୟକ,ବ୍ରହ୍ମ କୁମାରୀ ନମିତା, ଜୀବନ ଜ୍ୟୋତି ଯୁବକ ସଂଘ ପ୍ରକଳ୍ପ ସଂଯୋଜକ ପ୍ରମୁଖ ନିଶା ସେବନର ମାନବ ଜୀବନରେ କୁପ୍ରଭାବ ଓ ପରିଣତି ଏବଂ ଏହାର ନିବାରଣ ରେ ଆଧ୍ୟାତ୍ମିକ ଚିନ୍ତନର ଉପଯୋଗୀତା ଉପରେ ଗୁରୁତ୍ୱପୁର୍ଣ ସୂଚନା ପ୍ରଦାନ କରିବା ସହ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ନିଶା ସେବନ ଦ୍ୱାରା ମାନବ ଜୀବନରେ ତାର କୁପରିଣତି ର ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଭିନ୍ନକ୍ଷମ ଅଭିଵାବକ ସଂଘ, ତଥା ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରି ନିଶାଦ୍ରବ୍ୟ କାରବାର ତଥା ନିଶା ନିବାରଣ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ l ସଭା ପ୍ରାରମ୍ଭରେ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ

ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ତରଭା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ l ନିଶା ସେବନ ଦ୍ୱାରା କବଳିତ ହୋଇ ବର୍ତ୍ତମାନ ସମ୍ପୂର୍ଣ ଭାବେ ନିଜକୁ ନିଶା ମୁକ୍ତ କରିପାରିଥିବା ଜିଲ୍ଲାର କିଛି ସଫଳ ବ୍ୟକ୍ତି ନିଜ ନିଜର ଅତିତ ଜୀବନର ଅନୁଭୂତିକୁ ବଖାଣି ଥିବା ବେଳେ ସମସ୍ତେ ଏକଜୁଟ ହୋଇ ନିଶା ମୁକ୍ତ ସମାଜ ଗଠନ କରିବା ନିମନ୍ତେ ଏକ ଶପଥ ପାଠ କରାଯାଇଥିଲା l ଦିବସ ପରିପ୍ରେକ୍ଷୀରେ ଆଜି ସକାଳୁ ପୁରୁଣା ସୋନପୁର ଟାଉନ ହଲ ଠାରେ ପ୍ରକଳ୍ପ ନିର୍ଦେଶକ ଡିଆରଡିଏ ଶ୍ରୀ ନିହାର ରଞ୍ଜନ କଁହର  ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏନ ସି ସି, ଏନ ଏସ ଏସ କ୍ୟାଡଟ,ବିଭିନ୍ନ ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା ଙ୍କ ଏକ ସଚେତନତା ରାଲି ଓ  ନିଶା ନିବାରଣ ସଚେତନତା ରଥ ର  ଶୁଭାରମ୍ଭ କରିଛନ୍ତି l ଜିଲ୍ଲା ସାମାଜିକ ସୁରକ୍ଷ୍ୟା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସୁବର୍ଣ୍ଣପୁର ର କାର୍ଯ୍ୟକର୍ତ୍ତା ତଥା ରାକେଶ କୁମାର ମିଶ୍ର, ଜନ୍ମେଜୟ ମହାକୁର, ଉମାକାନ୍ତ ହୋତା, ସମୀକ୍ଷ୍ୟା ପୁରୋହିତ, ସୋନିଆ ବେହେରା , ଗୁପ୍ତେଶ୍ୱର ପଧାନ ଏବଂ  ରେଆର , ରାଧା , ସଖି  ଏବଂ ଏନ.ଆର.ଡି.ସି.   ର ସ୍ଵେଚ୍ଛାସେବୀ ସଭାକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like