-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
18-Jun-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଓଡ଼ିଶା ସରକାରଙ୍କ ଡିଜାଷ୍ଟର ମେନେଜମେଣ୍ଟ ବିଭାଗ ତରଫରୁ ଆଜି ଶୁକ୍ରବାର ଦିନ ୧୧ଘଣ୍ଟା ସମୟରେ ବିନିକା ସିଦ୍ଧାର୍ଥ ଜୁନିଅର କଲେଜ ସଭାଗୃହ ଠାରେ ବନ୍ୟା,ବାତ୍ୟା ଓ ଦୁର୍ବିପାକ ମୁକାବିଲା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ବିନିକା ସ୍ପୋର୍ଟସ କ୍ଲବ ଓ ଏନଏସି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ଅଧିକାରୀ ଭକ୍ତଚରଣ ତାଣ୍ଡିଆ ଯୋଗଦେଇ ଆସନ୍ତା ୧୯ତାରିଖ ରବିବାର ଦିନ ହେବାକୁ ଯାଉଥିବା କାର୍ଯ୍ୟକ୍ରମ ବନ୍ୟା,ବାତ୍ୟା ଓ ଦୁର୍ବିପାକରୁ ସାଧାରଣ ଲୋକେ କିପରି ବର୍ତ୍ତି
ପାରିବା ସେଦିଗରେ ପ୍ରାଞ୍ଜଳ ଭାବେ ପ୍ରଶିକ୍ଷଣ ଦିଆଯିବ ବୋଲି କହିଥିଲେ ।ସଭା ପ୍ରାରମ୍ଭରେ କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ,ଉପ ନଗରପାଲ ତପସ୍ୱିନୀ ମେହେର,ଅଧ୍ୟାପକ ନିରଞ୍ଜନ ପାଣ୍ଡିଆ,ଏନଏସି ହିସାବ ରକ୍ଷକ ସୈଲେନ୍ଦ୍ରି ସାହୁ,ଜୁନିଅର ଏସିଷ୍ଟାଣ୍ଟ ଛୋଟରାୟ କିସକୁ,କୋଡିନେଟର ସରୋଜ କୁମାର ନାୟକ,ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ର,ସମ୍ପାଦକ ମନୋଜ ଦାସ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏଥିରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ ସ୍ପୋର୍ଟସ କ୍କବର ସଦସ୍ୟ ଉପସ୍ଥିତ ଥିଲେ ।