-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
17-Jun-2022
ପୁରୀ :(ସମୀର ରଞ୍ଜନ ନାୟକ )ଦୁଇ ବ୍ରାଉନ ସୁଗାର ବେପାରୀଙ୍କୁ ପୁରୀ ଜିଲ୍ଲାର ବଳଙ୍ଗା ପୋଲିସ ଗିରଫ କରିଛି l ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାଇ ଗତ ଗୁରୁବାର ସନ୍ଧ୍ୟାରେ ବିଶେଷ ସୂତ୍ରରୁ ଖବର ପାଇ ବାଳଅଙ୍ଗା ଥାନା ଏସ. ଆଇ ବେହେରା ପ୍ରତୀକ ଅନୁପମ ଓ ପୋଲିସ ବାଳ ହରିପୁର -ବାଳଅଙ୍ଗା ରାସ୍ତା ଦକ୍ଷିଣ ରଡ଼ସ ଗ୍ରାମ ନିକଟରେ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ଘଟଣା ସ୍ଥଳରେ ଠିଆ ହୋଇଥିବା hyundai xcent କାର ଓ ଡି ୦୨ ବି ଜେ ୨୪୦୨ ଭିତରେ ସଂଦେହଜନକଭାବରେ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ପଚରା ଉଚରା ଓ ତଲାସି ସମୟରେ ସେମାନଙ୍କ ନିକଟରୁ ୭୮ଗ୍ରାମ ଓ ଜନର ବ୍ରାଉନ ସୁଗାର ନଗଦ ଟା ୨୧୫୦ଟଙ୍କା ଓ ତିନଟି ମୋବାଇଲ ଫୋନ ଜବତ କରାଯାଇଛି l ଜବତ ହୋଇଥିବା ବ୍ରାଉନସୁଗାର ର ମୂଲ୍ୟ ପ୍ରାୟ ୮ଲକ୍ଷ ଟଙ୍କା ହେବ l ଏଥିସହିତ ଉକ୍ତ କାର ଆଗରେ
ସୁରକ୍ଷା ଦେଇ ଆଶୁଥିବା ଏକ ବୋଲେଟ ମଟର ସାଇକେଲ ଓଡି ୦୨ ବି ଜେଡ ୨୫୨୧କୁ ମଧ୍ୟ ଜବ କରାଯାଇଛି l ବ୍ରାଉନ ସୁଗାର କାରଵାରରେ ଲିପ୍ତ ଥିବା କୁକ୍ତ ଦୁଇ ବ୍ୟକ୍ତି ବାଳଅଙ୍ଗା ଥାନା ଗଡ଼ପଦନପୁର ଗ୍ରାମର ଚାନ୍ଦନ ପାତ୍ର ପି, ପ୍ରମଦ କୁମାର ପାତ୍ର ଓ ପ୍ରଭାତ କୁମାର ସ୍ୱାଇଁ ପି, ନାରହରି ସ୍ବାଇଁ ବାଳଅଙ୍ଗା ପୋଲିସ ଅଟକ ରଖି ଅଧୀକ ତଦନ୍ତ ଜାରି ରଖିଛି l ଏ ସମ୍ପର୍କ ରେ ବାଳଅଙ୍ଗା ଥାନା ଏନଡିପିଏସ୍ ଆକ୍ଟ ର ଧାରା ୨୧(ବି)ଓ ୨୯ରେ ଏକ ମକଦମା ରୁଜୁ କରାଯାଇଛି l ପୁରୀ ଆରକ୍ଷୀ ଅଧ୍ୟକ୍ଷଙ୍କ ନିର୍ଦେଶ ମତେ ଆଗାମୀ ଦିନରେ ଡ୍ରଗ୍ସ ମାଫିଆଙ୍କ ଉପରେ ଚଢ଼ାଉକୁ ଜୋରଯାର କରାଜୀବ ବୋଲି ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରି ଆଜି ଏକ ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି l