-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
16-Jun-2022
ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ) : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡ଼ିଶା ପଶ୍ଚିମ ପ୍ରାନ୍ତ ର କାର୍ଯ୍ୟକାରିଣୀ ବୈଠକ ବଲାଙ୍ଗୀର ସଂସ୍କୃତି ଭବନ ଠାରେ ସଭାପତି ଶଶିଭୂଷଣ ପୁରୋହିତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଆଜି ଗୁରୁବାର ମଧ୍ୟାହ୍ନ ରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ପୂର୍ବ କ୍ଷେତ୍ର ସହ ସଂଗଠନ ମନ୍ତ୍ରୀ ବଦ୍ରି ନାରାୟଣ ମହାରଣା, କେନ୍ଦ୍ରୀୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସଭାପତି ରଧମାଧବ୍ ବହିଦାର,ସାଧାରଣ ସମ୍ପାଦକ ମାଣିକ ଲାଲ ବର୍ମା,ସଂଗଠନ ମନ୍ତ୍ରୀ ସତ୍ୟ ନାରାୟଣ ପଟେଲ , ରାଉରକେଲା ଜିଲ୍ଲା ସମ୍ପାଦକ ସରୋଜ କୁମାର ପତି , ସମ୍ପାଦକ ବରଗଡ଼ ତ୍ରିନାଥ କାଲସାଇ, ବଲାଙ୍ଗୀର ସଭାପତି ଗୋପବନ୍ଧୁ ଶତପଥୀ ପ୍ରମୁଖ ଯୋଗଦେଇ ଆଗାମୀ ଦିନର କାର୍ଯ୍ୟକ୍ରମ ସ୍ତିର କରିଥିଲେ। ଜୁଲାଇ ମାସରେ କେନ୍ଦ୍ରୀୟ ପ୍ରଭାରୀ ରବିକାନ୍ତ ଯାଇଶ୍ୱଲ୍ ଙ୍କ ପ୍ରବାସ ଓ ବୈଠକ ପୂର୍ବରୁ ଜିଲ୍ଲା ଗୁଡ଼ିକ ରେ ସଂଗଠନ କାର୍ଯ୍ୟକର୍ତ୍ତା ତଥା କେନ୍ଦ୍ରୀୟ ନିର୍ଦ୍ଦେଶ ମୁତାବକ ଗ୍ରାହକ ପଞ୍ଚାୟତ ର ଅଭ୍ୟାସ ମଣ୍ଡଳ ଗଠନ କରାଯାଇ ବିଧି ପ୍ରକୋଷ୍ଟ, ମହିଳା ଜାଗରଣ ପ୍ରମୁଖ, ପ୍ରଚାର ପ୍ରକୋଷ୍ଟ୍ ,ରୋଜଗାର ସୃଜନ , ପର୍ଜବରଣ ଓ ନିଧି ପ୍ରାକୋଷ୍ଟ ପ୍ରମୁଖ ଠିକ୍ କରିବାକୁ ଓ ପ୍ରତି ଜିଲ୍ଲାରେ ବୈଠକ କରିବାକୁ ରାଜ୍ୟ ର ପର୍ଯ୍ୟବେକ୍ଷକ ସ୍ତିର୍ କରଯାଇଥିଲା। ଆଗାମୀ ଜୁଲାଇ ପ୍ରଥମ ସପ୍ତାହ ରେ ବୃକ୍ଷ ରୋପଣ ପାଇଁ ସ୍ଥିର କରାଯିବା ସହିତ ଅନ୍ୟାନ୍ୟ ଯୋଜନା
ଉପରେ ଆଲୋଚନା ହୋଇଥିଲା। ବୈଠକ ରେ ଭ୍ରମାତ୍ମକ ବିଜ୍ଞାପନ ଉପରେ ନଜର ରଖି ଏହା ଉପରେ ଜିଲ୍ଲା ସ୍ତରରେ ପ୍ରତିବାଦ କରିବାକୁ ତଥା ସଂଗଠନ ପକ୍ଷରୁ ସେହି ଉପରେ ଜିଲ୍ଲା ଗ୍ରାହକ ସୁରକ୍ଷା ଅଧିକାରୀ ଙ୍କୁ ଜଣାଇବା ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦେବାକୁ ରାଜ୍ୟ ସଙ୍ଗଠନ ନିର୍ଦ୍ଦେଶ ଦେଇଥିଲା ।ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ଓଁକାର ଧ୍ଵନି ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥଲା। ଶେଷରେ ଶାନ୍ତି ପାଠ ପରେ ବୈଠକ ସ୍ତଗିତ ରହିଥିଲା।