-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
31-May-2022
ବଲାଙ୍ଗିର,(ପ୍ରେରଣା ଖବର)-ଆଜି ସ୍ଥାନୀୟ ଜିଲ୍ଲା ବାଣିଜ୍ୟକର ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ଟେକ୍ସ ବାର ଓକିଲ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ଟେକ୍ସ ବାର ସଂଘ ସଭାପତି ଚିତ୍ତ ରଂଜନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଦିବା ଘ.୧୧ ରେ ହୋଇଥିବା ଏହି ସଭାରେ ଉପସ୍ଥିତ ଥିବା ସମସ୍ତ ଟେକ୍ସ ଓକିଲ ସଂଘର ସଭ୍ୟମାନେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଜିଲ୍ଲା ସ୍ତରରେ ସେମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଜଣାଇଥିଲେ । ବିଶେଷ କରି ବ୍ୟବସାୟୀ, ଖାଉଟି, ଟେକ୍ସ ଓକିଲ ମାନେ ସମ୍ମୁଖିନ ହେଉଥିବା ସମସ୍ୟାର
ସମାଧାନ ଜିଲ୍ଲା ସ୍ତରରେ ସମ୍ଭବ ହୋଇ ପାରୁନଥିବାରୁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଏଥିରେ ହସ୍ତକ୍ଷେପ କରି ତାର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ଏ ସବୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ଙ୍କ ସହିତ ଏହାକୁ ନେଇ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେବା ସହ ଆଗାମୀ ଜୁଲାଇ ମାସରେ ବିଧାନସଭା ଚାଲିଥିବା ସମୟରେ ଜିଲ୍ଲା ବାର ଓକିଲମାନଙ୍କ ସହ
ଅର୍ଥ ସଚିବ ଏବଂ ସେ ନିଜେ ଉପସ୍ଥିତ ରହି ସମସ୍ତ ସମସ୍ୟା ସମାଧାନ ଯେପରି ହୋଇପାରିବ ସେ ଦିଗରେ ଏକ ବୈଠକର ଆୟୋଜନ କରାଯିବ ବୋଲି କହିଥିଲେ । ଆଜିର ଏହି ବୈଠକରେ ଟେକ୍ସ ଓକିଲ ସଂଘର ବରିଷ୍ଠ ସଭ୍ୟ ରାହାସ ବିହାରୀ ମାଝି, ବିଶ୍ୱଜିତ ନାୟକ, ମହେନ୍ଦ୍ର କୁମାର ଅଗ୍ରୱାଲ, ନାରାୟଣ ଦାଶ, ଗଣେଶ ପ୍ରସାଦ ଦିକ୍ଷିତ, ପ୍ରକାଶ ଚନ୍ଦ୍ର ମହାପାତ୍ର, ଅଶୋକ କୁମାର ଦାଶ, ଶାନ୍ତନୁ କୁମାର ଭୋଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସିଏ ଶ୍ରୀକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।