-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
28-May-2022
ଟିଟିଲାଗଡ/ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ): ଗୁରୁବାର ବିଳମ୍ବିତ ରାତ୍ରିରେ ଭବାନିପାଟଣା- ରାଇପୁର ୧୬ ନମ୍ବର ରାଜ୍ଯ ରାଜପଥରେ ପଡୁଥିବା କୁରସୁଡ ନିକଟ ବାଳିପଦର ଛକ ପାଖରେ ସଡକ ଦୁର୍ଘଟଣା ରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି । ପ୍ରାପ୍ତ ସୁଚନାନୁଯାଇ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭାନପୁର ଗାଁ ର ସୁରେନ୍ଦ୍ର ଥପା ବୟସ (୨୨) ଓ ଅଜିତ ଥପା ବୟସ (୨୩)ଏକ ବାଇକ
ନମ୍ବର ଓଡି୦୩ ପି ୧୫୬୭ ଯୋଗେ କଳାହାଣ୍ଡି ଜିଲ୍ଲା ପଛରାପଦର କୁ ବିବାହ ଘର ଭୋଜି ଖାଇ ଯାଇଥିଲେ। ଭୋଜି ଖାଇ ନିଜ ଗାଁ କୁ ଫେରୁଥିବା ବେଳେ କୁରସୁଡ଼ ନିକଟ ବାଳିପଦର ଗାଁ ଛକ ନିକଟରେ ବିପରୀତ ଦିଗ ରୁ ଆସୁଥିବା କୌଣସି ଅଜଣା ଭାରିଯାନ ସହ କୌଣସି କାରଣରୁ ଧକ୍କାହେବା ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ବାଇକ ଆରୋହି ଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି । ରାସ୍ତାରେ ଯାତାୟାତ କରୁଥିବା ଲୋକେ ୧୦୮ ଓ ସିନ୍ଧେକେଲା ପୋଲିସ କୁ ସୂଚନା ଦେଇଥିଲେ। ଖବର ପାଇ ୧୦୮ ଓ ପୋଲିସ ପହଞ୍ଚି ଦୁଇ ଯୁବକଙ୍କୁ ହସ୍ପିଟାଲ ନେଇଥିଲେ । ଡ୍ୟୁଟିରେ ଥିବା ଡକ୍ଟର ମୃତ ଘୋଷଣା କଲାପରେ ଦୁଇ ମୃତ ଶବକୁ ନିଜ ହେପାଜତ କୁ
ନେଇ ଶୁକ୍ରବାର ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତକଙ୍କ ପରିବାର କୁ ମୃତ ଶରୀର ହସ୍ତାନ୍ତର କରିଥିଲା ସିନ୍ଧେକେଲା ପୋଲିସ। ଥାନା କେସ ନମ୍ବର ୯୯ ମାମଲା ରୁଜୁକରି ସିନ୍ଧେକେଲା ପୋଲିସ ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ ଜଣାପଡିଛି।
ପ୍ରକାଶ ଥାଉକି ସୁରେନ୍ଦ୍ର ଙ୍କ ବିବାହ କୁ ଗୋଟିଏ ବର୍ଷ ହେଉଥିବା ବେଳେ ତାଙ୍କ ଗୋଟିଏ ଶିଶୁ ପୁତ୍ର ହୋଇଛି ।
ଅଜିତ ଙ୍କ ବିବାହ କୁ ମାତ୍ର ୩ ମାସ ହୋଇଥିବା ବେଳେ ଦୁଇ ଜଣ ଯୁବକ ଙ୍କ ମୃତ୍ୟୁକୁନେଇ ପରିବାର ବର୍ଗ ଙ୍କ ସହ ପୁରା ଗାଁରେ ଶୋକର ଛାୟା ଖେଳି ଯାଇଛି ।