-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
21-May-2022
ପାଟଣାଗଡ଼ (ରୁପେନ୍ଦ୍ର ମୁଣ୍ଡା) : ପାଟଣାଗଡ ବ୍ଲକ ଖୁଣ୍ଟସମଲେଇ ଗ୍ରାମପଞ୍ଚାୟତ ଗରଗଡ଼ଛାପର ପ୍ରାଥମିକ ବିଦ୍ୟାଳୟ ରେ ପିଲା କମ ହେତୁ ଢୋଡ଼ମହୁଲ ପ୍ରାଥମିକ ବିଦ୍ୟାଳୟ ରେ ମିଶ୍ରଣ ହୋଇଥିଲା l ଗରଗଡ଼ଛାପର ସ୍କୂଲ ଟି ଢୋଡ଼ମହୁଲ ସ୍କୂଲ ଠାରୁ ୨.୫ କିଲୋମିଟର ଦୂର ହୋଇଥିବା ବେଳେ ତାହାକୁ ଅଧ କିଲୋମିଟର ଦର୍ଶା ଯାଇଥିବାରୁ ଗାଁ ଲୋକେ ବାରମ୍ବାର ପ୍ରଶାସନ ପାଖରେ ଠିକ ଅନୁସନ୍ଧାନ କରି ସ୍କୁଲଟିକୁ ଫେରାଇ ଦେବାପାଇଁ ଅନୁରୋଧ କରି ଆସୁଥିଲେ l ଅଧିକ ଦୂର , ନିକଞ୍ଚନ ରାସ୍ତା ଓ ପ୍ରଚଣ୍ଡ ଖରକୁ ଦେଖି ଦୀର୍ଘ ଦିନ ହେଲାଣି ପିଲାମାନେ ସ୍କୁଲ ଯାଉନଥିଲେ l ଆଜି ଖୁଣ୍ଟସମଲେଇ ସମିତିସଭ୍ୟା ଙ୍କ ଅନୁରୋଧକ୍ରମେ ପାଟଣାଗଡ ବିଡ଼ିଓ ନୀଳମାଧଵ ସୁନା ଗାଁ କୁ ଯାଇ ପରିସ୍ଥିତି ର ଅନୁଧ୍ୟାନ କଲା ସମୟରେ ୨୩ଜଣ କୋମଳମତି ଶିଶୁ ତାଙ୍କ ସ୍କୁଲ ଟି ଫେରାଇଦେବା ପାଇଁ ଅନୁରୋଧ କରିଥିଲେ l କୋମଳମତି ପିଲାମାନଙ୍କ ଅନୁରୋଧ ତଥା ପରିସ୍ଥିତି ର ଅନୁଧ୍ୟାନ କରି ବିଡ଼ିଓ ଶ୍ରୀ ନୀଳମାଧବ ସୁନା ସ୍କୁଲଟିକୁ ପୁନଃ ସ୍ଥାପନ ପାଇଁ ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରୀ ମାନଙ୍କ କଥା ହେବା ସହିତ ବର୍ତ୍ତମାନ ପିଲାମାନେ କିପରି ସୁବିଧା ରେ ପାଠପଢି ପାରିବେ ସେ ସୁବିଧା କରିବେ ବୋଲି କହିଥିଲେ l