-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
21-May-2022
ରେଢ଼ାଖୋଲ (ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଞ୍ଜ ବ୍ରାହ୍ମଣୀ ସେକସନ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଶନିବାର ସକାଳୁ ଦନ୍ତାହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ ହୋଇଛି । ମୃତ ଜଣଙ୍କ ହେଉଛନ୍ତି ଗୋପାଳପୁର ଗ୍ରାମର ନୁନୀ ସମାଦ । ସେ ସବୁଦିନ ପରି ଆଜି ସକାଳୁ ମଧ୍ୟ କେନ୍ଦୁପତ୍ର ତୋଳିବା ପାଇଁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ ହେଲେ ପତ୍ର ତୋଳୁଥିବା ସମୟରେ ହଠାତ୍ ଏକ ଦନ୍ତାହାତୀ ହାବୁଡରେ ପଡିଯାଇଥିଲେ । ତେବେ ହାତୀଟି ନୁନୀ ସମାଦଙ୍କୁ ଆକ୍ରମଣ କରି ଦଳିଚକଟି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ନୁନୀ ସମାଦଙ୍କ ମୃତ୍ୟୁ ହୋଇଥିଲା । ତେବେ ରେଢାଖୋଲ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ୍ କରି ବ୍ୟବଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ଆଣିଛି ।