-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
21-May-2022
ଆଜିଠୁ ଆରମ୍ଭ ହେଲା ମାଟ୍ରିକ ଖାତା ମୂଲ୍ୟାୟନ। ଦଶମ ସହିତ ଏସ୍ଓଏସ୍ସି ଓ ମଧ୍ୟମା ପରୀକ୍ଷା ଖାତା ମଧ୍ୟ ମୂଲ୍ୟାୟନ କରାଯିବ। ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଚାଳିଛି। ଖାତାଦେଖା ପାଇଁ ୪୮୧ ଜଣ ମୁଖ୍ୟ ଏକଜାମିନରଙ୍କ ସହ ୯ ଶହ ଜଣ ଡେପୁଟି ଏକଜାମିନର , ୮ହଜାର ୯ଶହ ୧୯ଜଣ ସହକାରୀ ଏକଜାମିନର, ୯୩୦ ଜଣ ସ୍କ୍ରୁଟିନାଇଜରଙ୍କୁ ନିୟୋଜିତ ହୋଇଛନ୍ତି। ଖାତା ଦେଖା ପରେ ମାର୍କ ଅପଲୋଡ୍ କାର୍ଯ୍ୟକୁ ଅନଲାଇନରେ କରାଯିବ। ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)