-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
20-May-2022
ପଦ୍ମପୁର // ବରଗଡ଼ ଜିଲା ପଦ୍ମପୁର ଅଧିନସ୍ତ ବୁବୁଡ଼ା ଗ୍ରାମର ବୁବୁଡେନ୍ ମାଉଳୀ ଏବଂ ବୁଢାରଜା ଙ୍କ ମନ୍ଦିର କୁ ମହା ସମାରୋହ ରେ ରତ୍ନମୋଦ କରା ଯାଇଛି ା ବୁବୁଡ଼ା,ବ୍ରାହ୍ମଣଡିହି,ଗଡଭାଟି,ଦର୍ଲିଗୁଡ଼ା ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମରେ ମନ୍ଦିର ନିର୍ମାଣ କରିଥିବା ମିସ୍ତ୍ରୀ ଏବଂ ମନ୍ଦିର ନିର୍ମାଣ ରେ ବିଭିନ୍ନ କାର୍ଯ୍ୟ ତୁଲାଇଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରା ଯାଇଥିଲା ା ଉପେନ୍ଦ୍ର ବରିହା,ଖୁଞ୍ଚି ବରିହା,ଡିଲେ ବରିହା,ସପତ୍ନୀକ ପୂଜା କର୍ତ୍ତା ଭାବରେ ରହି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ା
ସ୍ଥାନୀୟ ସରପଂଚ ଶ୍ରୀମତୀ ଚଚଂଳା ଦାଶ ପରିବାର ସମେତ ଏହି ଉତ୍ସବ ରେ ଯୋଗ ଦେଇଥିଲେ ା ପରମେଶ୍ବର ଦାଶ ପୂଜାକାର୍ଯ୍ୟ ସଂପାଦନ କରିଥିବାବେଲେ ବିରେନ ଦାଶ,ଖୁଞ୍ଚି ବରିହା,ଟିକେଶ୍ବର ବରିହା,କଏଁରୁ ବୁଡେକ,ଅର୍ଜୁନ ବଡଗୁଛିଆ ତଥା ଗଡଭାଟି,ବ୍ରାହ୍ମଣଡିହି ଗ୍ରାମବାସୀ ବିଭିନ୍ନ କାର୍ଯ୍ୟ ତୁଲାଇଥିଲେ ା ଆସନ୍ତା ୨୨ ତାରିଖ ରବିବାର ଦିନ ମନ୍ଦିର ପ୍ରତିଷ୍ଟା କରାଯିବ ଏନେଇ ବିଭିନ୍ନ ଗ୍ରାମରୁ ଶ୍ରଦ୍ଧାଳୁ ମାନଙ୍କୁ ଯୋଗଦେବା ପାଇଁ ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି ା
ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ