-+91-9937148622 |

prerana_bgr@rediffmail.com |

  Thursday 8th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||      ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||      ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   (08-Oct-2026)       ||      ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   (08-Oct-2026)       ||      ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ    (08-Oct-2026)       ||      ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   (08-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   (08-Oct-2026)       ||      ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   (07-Oct-2026)       ||      ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   (07-Oct-2026)       ||      ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   (07-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   (07-Oct-2026)       ||      ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   (07-Oct-2026)       ||      ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   (07-Oct-2026)       ||      ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା    (07-Oct-2026)       ||      ଦୁର୍ଘଟଣାରେ ଆହତ ବିଜେଡି କର୍ମୀଙ୍କ ପରଲୋକ   (07-Oct-2026)       ||      ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ   (07-Oct-2026)       ||     

HOME   ଜିଲ୍ଲା

କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ୭୦ କୋଟି ଟଙ୍କା ଖର୍ଚ୍ଚ ହେବ, ଏକ ବର୍ଷରେ କାମ ସରିବ. ସଫଳ ରୂପାୟନ ପାଇଁ କଟକ ବାସୀଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

20-May-2022



କଟକ (ପ୍ରେରଣା ଖବର): କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ । ହଜ଼ାର ହଜ଼ାର ଭକ୍ତଙ୍କ  ଆସ୍ଥା ଓ ବିଶ୍ୱାସର  ପୀଠ l ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ଅନୁମୋଦନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା । ଭକ୍ତ ମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ। କାମ  ଏକ ବର୍ଷରେ  ଶେଷ  ହେବ l 5T initiative ଅଧୀନରେ integrated development of heritage, monuments and tourist destination  ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଛି l କଟକ  ସହରର   ସାମଗ୍ରିକ ବିକାଶରେ ଚଣ୍ଡୀ  ମନ୍ଦିର ର କୟାକଳ୍ପ  ଗୁରୁତ୍ୱ ପୂର୍ଣ୍ଣ ଭୂମିକା  ଗ୍ରହଣ  କରିବ  ବୋଲି ବର୍ଣ୍ଣନା କରି  ମୁଖ୍ୟମନ୍ତ୍ରୀ ଏ ଦିଗରେ  କଟକ ବାସୀଙ୍କ ସକ୍ରିୟ ସହଯୋଗ  କାମନା  କରିଥିଲ l

 ପୂର୍ତ୍ତ ବିଭାଗ  ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଏହି ଯୋଜନା ଵିଷୟରେ  ଏକ presentation  କରାଯାଇଥିଲା l OBCC ଦ୍ବାରା ପ୍ରସ୍ତୁତ ଏହି ଯୋଜନା ଅନୁଯାୟୀ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରାଯିବ । ମନ୍ଦିର ଚତୁଃପାର୍ଶ୍ବରେ ପଥର ପାଚେରୀ ନିର୍ମାଣ ସହିତ ଚାରି ଦିଗରେ ଚାରି ଗୋଟି ଦ୍ବାର ନିର୍ମାଣ କରାଯିବ । ଏହାସହିତ ମନ୍ଦିର ପରିସରରେ ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଏବଂ ନୂଆ ରୋଷଘର ମଧ୍ୟ ନିର୍ମାଣ କରାଯିବ। ମନ୍ଦିର ପରିସରରେ ଖଣ୍ଡାଲାଇଟସ୍‌ ପଥର ବିଛାଯିବା ସହିତ ଆଲୋକୀକରଣ କରାଯିବ ଏବଂ CCTV ମଧ୍ୟ ଲଗାଯିବ। ବାଟମଙ୍ଗଳା ମନ୍ଦିର ମଧ୍ୟ ପୁନଃ ନିର୍ମାଣ କରାଯିବ।

ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମାଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପୋଲିସ କଣ୍ଟ୍ରୋଲ ରୁମ୍‌, cloak room, ପ୍ରସାଦ ସେବନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ବ୍ୟାଖାନ କେନ୍ଦ୍ର ଆଦି ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ ।

ଏହାସହିତ ଯାତ୍ରୀମାନଙ୍କ ରହିବା ପାଇଁ ଯାତ୍ରୀ ନିବାସ। ବିସ୍ଥାପିତ ଦୋକାନୀ ମାନଙ୍କ ପାଇଁ ୧୮ଟି ଦୋକାନ, ମନ୍ଦିର ପରିସରରେ ସେବାୟତ ମାନଙ୍କ ପାଇଁ ବିଶ୍ରାମ ଗୃହ, ଅଫିସ ଗୃହ ଆଦି ନିର୍ମାଣ କରାଯିବ। ପାର୍କିଂ ସହିତ ଖୋଲାସ୍ଥାନ ଓ landscaping ମଧ୍ୟ ବିକାଶ କରାଯିବ ।

   OBCC  ଜରିଆରେ ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ସହ ମନ୍ଦିର ନିକଟରେ ଭାରୀଯାନ ନିୟନ୍ତ୍ରଣ, ଯାତ୍ରୀଙ୍କ ପାଇଁ ବିଭିନ୍ନ ମୌଳିକ ସୁବିଧା, ଜଳ ନିଷ୍କାସନ ଆଦି ବିଭିନ୍ନ ସମସ୍ୟାର ସମାଧାନ ସହ କଟକ ଚଣ୍ଡୀ ମନ୍ଦିରକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ଗୁରୁତ୍ବ ଆରୋପ କରାଯାଇଛି ।

  ଚଣ୍ଡୀ ମନ୍ଦିରଟି ରାସ୍ତାର ଅତ୍ୟନ୍ତ ନିକଟରେ ଥିବାରୁ ଭାରିଯାନ ଚଳାଚଳ, ଯାତ୍ରୀ ମାନଙକ ନିରାପତ୍ତା ଉପରେ ବିପଦ ସୃଷ୍ଟି କରୁଛି। ତେଣୁ ଚଣ୍ଡୀ ମନ୍ଦିର ସମ୍ମୁଖ ରାସ୍ତାକୁ divert କରାଯିବ। ଜଳ ନିଷ୍କାସନକୁ ଦୃଷ୍ଟିର ରଖି ମନ୍ଦିର ଚଟାଣକୁ ଉଚ୍ଚା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

   କଟକ ଚଣ୍ଡୀ ମନ୍ଦିର ରାଜ୍ୟର ଏକ ପ୍ରାଚୀନ ଶକ୍ତିପୀଠ। ବର୍ଷ ସାରା ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ପ୍ରତିଦନ ଏଠାକୁ ଆସିଥାନ୍ତି । ଦୁର୍ଗାପୂଜା ସମୟରେ ମାଙ୍କ ଷୋଡଶ ଦିନାତ୍ମକ ପୂଜାରେ ମାଙ୍କ ବିଭିନ୍ନ ବେଶ ତେଖିବା ପାଇଁ ଏଠାରେ ପ୍ରବଳ ଜନସମାବେଶ ହୋଇଥାଏ ।

  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମାଙ୍କ ପୀଠକୁ ଯାଇ ବିକାଶ ସଂପର୍କରେ ସ୍ଥାନୀୟ ଜନସାଧାରଣ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ ।

  ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ  ସଚିବ ଙ୍କ ସମତେ ବରିଷ୍ଠ ଅଧିକାରୀ  ଗଣ  ଓ  RDC,କଟକ  ଜିଲ୍ଲା ପ୍ରଶାସନର  ଅଧିକାରୀ  ମାନେ ଉପସ୍ଥିତ  ଥିଲେ l

ମୁଖ୍ୟମନ୍ତ୍ରୀ ଙ୍କ ସଚିବ  ଶ୍ରୀ ଭି କେ ପାଣ୍ଡିଆନ  ଆଲୋଚନା ସଂଯୋଜନା କରିଥିଲେ.ବୈଠକ ରେ ଯୋଗ ଦେଇଥିବା ମନ୍ଦିର trust board ସଦସ୍ୟ  ଓ ସେବାୟତ ଙ୍କ ପ୍ରତିନଧି ମାନେ ଯୋଜନାର  ଉଚ୍ଚ ପ୍ରଶଂସା  କରିବା  ସହ  ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ.


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ   08-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ   08-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   08-Oct-2026
  ଜିଲ୍ଲା  
କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   08-Oct-2026
  ରାଜ୍ୟ  
ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ   08-Oct-2026
ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   08-Oct-2026
  ଜିଲ୍ଲା  
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   08-Oct-2026
  ଜିଲ୍ଲା  
ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   08-Oct-2026
  ଜିଲ୍ଲା  
ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ   08-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   08-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   08-Oct-2026
  ଜିଲ୍ଲା  
ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   07-Oct-2026

You Might Also Like