-+91-9937148622 |

prerana_bgr@rediffmail.com |

  Thursday 8th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||      ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||      ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   (08-Oct-2026)       ||      ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   (08-Oct-2026)       ||      ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ    (08-Oct-2026)       ||      ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   (08-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   (08-Oct-2026)       ||      ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   (07-Oct-2026)       ||      ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   (07-Oct-2026)       ||      ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   (07-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   (07-Oct-2026)       ||      ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   (07-Oct-2026)       ||     

HOME   ଜିଲ୍ଲା

ପାଟଣାଗଡ ବ୍ଲକ୍ ଜେଇ ହତ୍ୟାକାଣ୍ଡର ଆଉ ଏକ ଦିଗର ସମ୍ଭାବନା ! କପାକ୍ଷେତ ନିକଟସ୍ଥ ଫାର୍ମପଣ୍ଡ୍ କାରଣ ନୁହେଁ ତ ?

19-May-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ):  ଗତ ୫ ତାରିଖରେ ଯୋଗୀମୁଣ୍ଡାକୁ କାମ ତଦାରଖ ପାଇଁ ଯାଇ ବନକାବିଅରଛକରୁ ନିଖୋଜ୍ କୁହାଯାଉଥିବା ଏବଂ ପରଦିନ ସେଠାରୁ କିଛିଦୂରସ୍ଥ ଏକ କପାକ୍ଷେତରୁ ତାଙ୍କର ମୋପେଡ୍ ସହିତ କ୍ଷତବିକ୍ଷତ ମୃତଦେହକୁ ପୁଲିସ୍ ଉଦ୍ଧାର କରିବା ହତ୍ୟାଅଭିଯୋଗ ମାମଲାର ତଦନ୍ତରେ ଦୀର୍ଘ ଦୁଇ ସପ୍ତାହରୁ ଉର୍ଦ୍ଧ୍ବକାଳ ବିତିଯାଇଥିଲେ ହେଁ , ତଦନ୍ତକାରୀ ପାଟଣାଗଡ ପୁଲିସ୍ ଅନ୍ଧାରରେ ବାଡି ବୁଲାଉଛି । ମୃତ ଜେଇଙ୍କ ପରିବାର ପକ୍ଷରୁ ଏସପିଙ୍କୁ ଏହା ମିଥ୍ୟାବିଲ୍ ପାଇଁ ଠିକାଦାରଙ୍କ ଦ୍ବାରା ହତ୍ୟା ଅଭିଯୋଗ ଓ  ପରେ କୋଶଳ ମୁକ୍ତି ମୋର୍ଚ୍ଚାର ବ୍ଲକ୍ ଓ ଥାନାରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ୫ ଦିନ ମଧ୍ୟରେ ହତ୍ୟାକାରୀଙ୍କୁ ନ ଧରିଲେ ଆନ୍ଦୋଳନ ଚେତାବନୀ ପରେ ଗତକାଲି ବଲାଙ୍ଗୀରରେ ଜେଇସଂଘ ପକ୍ଷରୁ ତଦନ୍ତ ଦାବି କରି ଏକ ମହମବତୀ ରାଲି ମଧ୍ୟ କରାଯାଇଛି ।  ତଥାପି ଘଟଣାର ଦୀର୍ଘ ଚଉଦଦିନ ପରେ ପୁଲିସ୍ ତଦନ୍ତରେ ଅଗ୍ରଗତି କରିପାରି ନଥିବା ଜଣାଯାଇଛି । ଏଯାବତ୍ ଶବବ୍ୟବଚ୍ଛେଦ ରିପୋର୍ଟ ଆସି ନଥିବା , ବିଡିଓ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବନ୍ଦ କରାଇ ଦୀର୍ଘ ଛୁଟିରେ ଚାଲିଯିବା , ଏସଡିପିଓ ମଧ୍ୟ ଦୀର୍ଘ ଛୁଟିରେ ରହିବା ଓ ଛୁଟିରୁ ଫେରି ଥାନାଧିକାରୀ ଆଉଥରେ ମୂଳରୁ ତଦନ୍ତ କରି ସୁଦ୍ଧା ଏଯାଏଁ କୌଣସି ସୁରାକ୍ ନ ପାଇବା , ଏଥିରେ ରାଜନୈତିକ ପୃଷ୍ଠପୋଷକତାରେ ଥିବା ଠିକାଦାରଙ୍କ ସମ୍ପୃକ୍ତି ଅଭିଯୋଗର ଚର୍ଚ୍ଚା ଓ ଜିଲ୍ଲାପାଳ ଓ ଏସପି ସେଇବାଟ ଦେଇ ଯାଆଆସ କରୁଥିବା ସତ୍ତ୍ବେ , ଏହି ଚର୍ଚ୍ଚିତ ହତ୍ୟାମାମଲାର ପ୍ରତ୍ୟେକ୍ଷତଦନତରେ ଆଗ୍ରହ ପ୍ରକାଶ ନକରିବା ଏବଂ ଏହି ଘଟଣାରେ ସେଇ ସହରର ବାସିନ୍ଦା ଅଞ୍ଚଳର ବିଧାୟକ ବା ସାଂସଦ ମୁହଁ ନଖୋଲିବା ଇତ୍ୟାଦି ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ଓ ସନ୍ଦେହର ଗୁଞ୍ଜରଣ ସୃଷ୍ଟି କରିଛି ।

ତେବେ ଏହାପଛରେ ଯୋଗୀମୁଣ୍ଡାରେ ହାଇସ୍କୁଲରେ ଚାଲିଥିବା ୫ ଟି ' ମୋ ସ୍କୁଲ୍ ' ଯୋଜନାର ରୂପାନ୍ତରିତ କାମରେ ନିୟୋଜିତ ୩ ଜଣ ବହିଷ୍କୃତ ଠିକାଦାରଙ୍କୁ ସନ୍ଦେହର ପରିସରଭୁକ୍ତ କରାଯାଇ ଚର୍ଚ୍ଚା ହେଉଥିବାବେଳେ , ସେମାନେ ସମ୍ପୃକ୍ତ ରହିଥିବାର ସେପରି ପ୍ରମାଣ ପୁଲିସ୍ ହାତରେ ଲାଗିପାରିନାହିଁ ।

ଅନ୍ୟପକ୍ଷରେ  ମୃତଦେହ ଓ ତାଙ୍କ ମୋପେଡ୍ ପଡିଥିବା ବାଟଘାଟ ନଥିବା ଏକ ଡୁଙ୍ଗୁରିତଳ ଅପନ୍ତରାକୁ ସ୍ପଷ୍ଟ ଦିବାଲୋକରେ କିଏ କିପରି ନେଲା , ଏହାର ସଂଯୋଗର ସୂତ୍ର ମିଳିପାରୁନାହିଁ । ତେବେ ମୃତଦେହ ଓ ମୋପେଡ୍ ପଡିଥିବା ସ୍ଥାନ ନିକଟରେ ଏକ ଚହଲା ବା ଫାର୍ମପଣ୍ଡ୍ କାମ ଚାଲିଛି । ବନକାବିଅର ଗ୍ରାମର ଉକ୍ତ ଚାଷୀଙ୍କୁ ମଧ୍ୟ ପୁଲିସ୍ ସନ୍ଦେହରେ ଥାନାକୁ ଡକାଇ ପଚରାଉଚୁରା କରି ଛାଡିଦେଇଛି । ଏହି ଫାର୍ମପଣ୍ଡ୍ ୫୦ହଜାର ଟଙ୍କାର ଓ ଏହାର ବିଲ୍ ୩୨ ହଜାର ଟଙ୍କାର କରାଯାଇ ଅବଶିଷ୍ଟ ୧୮ ହଜାର ଟଙ୍କାର ବିଲ୍ ବାକି ରହିଥିବା ଏବଂ ଏହା କରୁଥିବା ଜଣେ ଅନୁସୂଚିତ ବର୍ଗର ଜମିମାଲିକ ଜେସିବିରେ ପ୍ରାୟ ୭୫ ହଜାର ଟଙ୍କାର ମାଟି ଖୋଳାଇ ଆଉ କିଛି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି । ତେଣୁ ଅଞ୍ଚଳରେ ହେଉଥିବା ଚର୍ଚ୍ଚା ଓ ସନ୍ଦେହରୁ ଏହା ମଧ୍ୟ ଅନୁମାନ କରାଯାଉଛି ଯେ , ହୁଏତ ଉକ୍ତଦିନ ସେଇ ଚାଷୀ ଜେଇଙ୍କୁ ଭେଟିପକାଇ ତାଙ୍କୁ ଯୋରଜବରଦସ୍ତି ସେଇ ଫାର୍ମପଣ୍ଡ୍ ସ୍ଥାନକୁ ଡାକିନେଇଥାଇ ପାରନ୍ତି ଓ ସେଠାରେ ଜେସିବି ଖୋଳାକାମର ବିଲ୍ ନ କରିବାକୁ ଜେଇ ବିରୋଧ କରିଥିବା ଏବଂ ଏହାକୁ କେନ୍ଦ୍ରକରି ବଚସାରୁ କିଛି ଘଟିଯିବାର ଯଥେଷ୍ଟ ସମ୍ଭାବନା ରହିଥିବା କୁହାଯାଉଛି । ଯଦି ଏହା ଘଟିଥାଏ , ତେବେ ମୃତଦେହ ଓ ମୋପେଡ୍ କୁ ଅଳ୍ପଦୂର ଘୋଷାଡି ନେଇ ହତ୍ୟାକାରୀ ଫିଙ୍ଗିଦେଇଥିବା ଖୁବ୍ ସମ୍ଭବ । ଏଣୁ ନିକଟସ୍ଥ ଫାର୍ମପଣ୍ଡ୍ କାମକୁ ମଧ୍ୟ ତଦନ୍ତକାରୀ ପୁଲିସ୍ ଗୁରୁତ୍ୱର ସହିତ ତର୍ଜମା କରି ତଦନ୍ତର ପରିସରଭୁକ୍ତ କରିବାକୁ ଜନମତ ପ୍ରକାଶ ପାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   08-Oct-2026
  ଜିଲ୍ଲା  
ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   08-Oct-2026
  ଜିଲ୍ଲା  
ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   08-Oct-2026
  ଜିଲ୍ଲା  
ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   08-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ   08-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ   08-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   08-Oct-2026
  ଜିଲ୍ଲା  
କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   08-Oct-2026
  ରାଜ୍ୟ  
ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ   08-Oct-2026
ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   08-Oct-2026
  ଜିଲ୍ଲା  
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   08-Oct-2026
  ଜିଲ୍ଲା  
ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   08-Oct-2026

You Might Also Like