-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
19-May-2022
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସିଦ୍ଧାର୍ଥ କଲେଜ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଜି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼ଃ ଧୀରେନ୍ଦ୍ର କୁମାର ନାୟକଙ୍କୁ ତାଙ୍କ କଲେଜର ୨ଏକର ସ୍ଥାୟୀ ପଟ୍ଟା ପ୍ରଦାନ କରିଥିବା ବେଳେ ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ରେଖା ପ୍ରଧାନଙ୍କୁ ୨ଏକର ୧୬୦ଡିସିମିଲ ପଟ୍ଟା ଏବଂ ବାଉଁଶୁନୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବନବିହାରୀ ମିଶ୍ରଙ୍କୁ ୨ଏକର ସ୍ଥାୟୀ ପଟ୍ଟା ପ୍ରଦାନ କରିଛନ୍ତି ।ଏଥିରେ ସମ୍ମାନିତ ଅତିଥି ଭାବେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ଯୋଗଦେଇଥିବା ବେଳେ କଲେଜର ବରିଷ୍ଟ ଅଧ୍ୟାପକ ଗୋପାଳ କୃଷ୍ଣ ଦାଶ,ନିରଞ୍ଜନ ପାଣ୍ଡିଆଙ୍କ ସମେତ କଲେଜ ଷ୍ଟାଫ ଉପସ୍ଥିତ ରହି ବହୁ ବର୍ଷର ପ୍ରତୀକ୍ଷା ପରେ ଏହା ଆମ ପାଇଁ ଅବିଶ୍ୱରଣୀୟ ଦିବସ ବୋଲି କହିଛନ୍ତି ।