-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
18-May-2022
ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ହରିଜନ ପଡ଼ାରେ ୧୩ ତମ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଚାରିଦିନ ଧରି ଚାଲିଥିବା ଉକ୍ତ ପ୍ରହରିରେ ଗତ ଶନିବାର ଅଧିବାସ ଦିବସରେ କଲସଯାତ୍ରା ଅନୁଷ୍ଠିତ ହୋଇଥିଲା । ଶତାଧିକ ମହିଲା ଓ ପୁରୁଷ ସିନ୍ଧେକେଲା ଅଞ୍ଚଳର ଅଦ୍ଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସେହ୍ନି ମନ୍ଦିର ନିକଟ ପବିତ୍ର ବାଣୀଭଗାର ପୁଷ୍କରିଣୀ ରୁ ଜଳ ଆଣି ପ୍ରହରୀ ମଣ୍ଡପରେ ସ୍ଥାପନ କରିଥିଲେ । ରବିବାର ଓ ସୋମବାର ଦୁଇଦିନ ନାମାରମ୍ଭ ହୋଇଥିବା ବେଳେ ଆଜି ମଙ୍ଗଳବାର ପୂର୍ଣ୍ଣାହୁତି ହୋଇଛି । ଶିକ୍ଷକ ବିଜୟ ମହାନନ୍ଦ ଓ ତାଙ୍କ ପତ୍ନୀ ଝରଣା ମହାନନ୍ଦ କର୍ତ୍ତା ଦାୟିତ୍ବ ତୁଲାଇଥିବା ବେଳେ ପୂଜକ ଭାବରେ ସନ୍ତୋଷ କୁମାର ମିଶ୍ର ଓ ଜପକ ଭାବରେ ଦୁକାଳୁ ଦାସ ଯୋଗଦେଇ ପୂଜା ଓ ମନ୍ତ୍ରପାଠ କରିଥିଲେ । ମୁରିବାହାଲ ବ୍ଲକ ବିଡ଼ିଓ ପ୍ରିୟ ରଂଜନ କୁମ୍ଭାର ଙ୍କ ନେତୃତ୍ୱରେ ଏକ ସଂକୀର୍ତ୍ତନ ଦଳ ସହ ଆଠ ଗୋଟି ମହିଳା ସଂକୀର୍ତ୍ତନ ଦଳ ଏହି ପ୍ରହରିରେ ନିଜର ନିଜର ପ୍ରଦର୍ଶନ କରି ଏହି ଷୋହଳ ପ୍ରହରୀରେ ମୁଖ୍ଯ ଆକର୍ଷଣ ହୋଇଥିଲେ। ପ୍ରହରୀ ରେ ସ୍ଥାନିୟ ଲୋକଙ୍କ ସହ ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରବାଲ, ସମିତିସଭ୍ଯ ଭୋଲାନାଥ ବେହେରା , ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାନ, ଜିଲ୍ଲାପରିଷଦ ସଦସ୍ଯ ଦାମୁ ସୁନା , ବଣିକସଂଘ ସଭାପତୀ ସୁବାସ ଜୈନ ପ୍ରମୁଖ ପ୍ରଭୁଙ୍କ ଦର୍ଶନ ସହ ନାମ ସଂକୀର୍ତ୍ତନ ର ଆନନ୍ଦ ଉଠାଇଥିଲେ। କାର୍ଯ୍ୟକ୍ରମରେ ପଡା ପକ୍ଷରୁ ଶିକ୍ଷକ ବଂଶୀଧର ତାଣ୍ଡି , ସୁଦର୍ଶନ ତାଣ୍ଡିଆ , ବୈଷ୍ଣବ ଛୁରା , ବିଜୟ ମହାନନ୍ଦ , ସଂଜୀବ ଛୁରା , ରାଜିନ୍ଦ୍ର ଛୁରା , ତୁଳସୀ ସୁନା , ପ୍ରୀତମ ବାଗ , ବଳିଷ୍ଠ ଛୁରା , ସ୍ୱୟଂବର ସୁନା , ଧ୍ରୁବ ମୁଗ୍ରୀ , ନିଶି ଛୁରା , ଗୋବିନ୍ଦ ଛୁରା , ରାମ ପ୍ରସାଦ ଛୁରା , ଗୌତମ ତାଣ୍ଡି , ସଞ୍ଜୟ ବାଗ , ଭଗବାନ ତାଣ୍ଡି , ରାମୁ ତାଣ୍ଡି , ସୁରଞ୍ଜନ ଶର୍ମା ପ୍ରମୁଖ ସହଯୋଗ କରିଥିଲେ ।