-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
18-May-2022
ବୌଦ୍ଧ (ପ୍ରେରଣା ଖବର) ବୌଦ୍ଧ ଜିଲ୍ଲାର ଟାଉନହଲ ଠାରେ ଜିଲ୍ଲା ପ୍ରଶାସନ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତିରୋପନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପୂଜାରୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଭିନ୍ନକ୍ଷମ ଥଇଥାନ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରତିରପଣ ଉପରେ ମତବ୍ୟକ୍ତ କରିଥିଲେ ।ଅନ୍ୟତମ ଅତିଥି ଭାବେ ଉପଖଣ୍ଡ
ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କୁମାର କଂହର ଓ ଵାଲ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଉତ୍ପଲ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ଏବେ ମତବ୍ୟକ୍ତ କରିଥିଲେ ।ଏଥିରେ ୫୭ଜଣ ଭିନ୍ନକ୍ଷମ ବ୍ୟକ୍ତି ଅଁଶ ଗ୍ରହଣ କରିଥିଲେ । ବିଦ୍ୟାଧର ମେହେର, ଦେବେନ୍ଦ୍ର ପାଣିଗ୍ରାହୀ, ରାଜେନ୍ଦ୍ର ପ୍ରଧାନ, ରଞ୍ଜିତ ମହାନ୍ତି, ମନୋଜ ବେହେରା ଏବଂ ସାନନ୍ଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।