-+91-9937148622 |
prerana_bgr@rediffmail.com |
Sunday 19th July 2026 |
R.N.I. Regd No. ODIODI/2010/46693
Breaking News
15-May-2022
ବଲାଙ୍ଗିର/ ସ୍ଥାନୀୟ ଗାନ୍ଧୀଭବନଠାରେ ବଲାଙ୍ଗୀରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ 'ରଚନା' ତରଫରୁ "ଆମ ସଂସ୍କୃତି : ସ୍ଥିତି ଓ ସମ୍ଭାବନା" ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ଶିକ୍ଷାବିତ ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ସଭାରେ ଅତିଥି ବକ୍ତା ଭାବରେ ସରକାରୀ ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସଦାଶିବ ମଲ୍ଲିକ, ଆଲୋଚକ ଭାବରେ ବିଶିଷ୍ଟ ଗାଳ୍ପିକ ପ୍ରଦୀପ କୁମାର ମିଶ୍ର, ଅଧ୍ୟାପକ ଡ଼ଃ ଲକ୍ଷ୍ମଣ ମେହେର ଏବଂ ଅଧ୍ୟାପକ ଡ଼ଃ ଜଗନ୍ନାଥ ସାହୁ ଯୋଗଦେଇ ସାମ୍ପ୍ରତିକ ସମୟରେ ଆମ ସଂସ୍କୃତିର ଅବକ୍ଷୟର କାରଣ, ନିରାକରଣ ଓ ଆଗକୁ ଏହାର ସମୃଦ୍ଧି ଉପରେ ଆଲୋଚନା କରିବା ସହ ଆମ ସଂସ୍କୃତିର ସୁରକ୍ଷା
ବିନା ଆମର ବିକାଶ ଅସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ l ପରେପରେ ଉପସ୍ଥିତ ଶ୍ରୋତା ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଆଲୋଚ୍ୟ ବିଷୟ ଉପରେ ଭାବବିନିମୟ ହୋଇଥିଲା l ଏହି ସଭାରେ ସହରର ଅନେକ ସାହିତ୍ୟିକ, ବୁଦ୍ଧିଜୀବୀ, ଭଦ୍ରମହିଳା ଓ ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ l 'ରଚନା'ର ସଭ୍ୟ କବି ରତ୍ନମୟ ତ୍ରିପାଠୀ ସ୍ବାଗତ ସମ୍ଭାଷଣ ଏବଂ କୋଷାଧକ୍ଷ କବି ମୄଗେଶ ବୈଷ୍ଣବ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।