-+91-9937148622 |
prerana_bgr@rediffmail.com |
Thursday 23rd July 2026 |
R.N.I. Regd No. ODIODI/2010/46693
Breaking News
14-May-2022
ବଲାଙ୍ଗିର,(ପ୍ରେରଣା ଖବର) ପାଟଣାଗଡ ବ୍ଲକ ସି.ଏଚ୍.ସି ଘସିଏନ ଠାରେ ଗତ କାଲି ନିଖିଳ ଓଡିଶା ଆଶା କର୍ମୀ ସଂଘ ପାଟଣାଗଡ ବ୍ଲକର ଅଭିଯୋଗ କ୍ରମେ ସିଡିଏମ୍ଓ ଅଫିସ ବଲାଙ୍ଗିର ରୁ ଘଟଣାର ସତ୍ୟାସତ୍ୟ ପାଇଁ ଇନ୍କ୍ୱାରି ବୈଠକ ଡକା ହୋଇଥିଲା । ଏହି ବୈଠକରେ ଆଶା କର୍ମୀମାନେ ଇନ୍କ୍ୱାରୀ ଅଫିସରଙ୍କ ଇନ୍କ୍ୱାରି ନାମରେ ପ୍ରହସନ କରୁଥିବାରୁ ଆଲୋଚନା ବିଫଳ ହୋଇଥିଲା ଏବଂ ସମସ୍ତ ଆଶାକର୍ମୀବୃନ୍ଦ ଅଫିସରଙ୍କ ଇନ୍କ୍ୱାରି ଶୈଳିରେ ଅତିଷ୍ଟ ହୋଇ କକ୍ଷ ତ୍ୟାଗ କରିଥିଲେ । ଆସନ୍ତା ତା.୧୭.୦୫.୨୦୨୨ ଦିନ ବଲାଙ୍ଗିରରେ ଜିଲ୍ଲା ସଂଘର ଜରୁରି ବୈଠକ ଅନୁଷ୍ଠିତ କରାଯିବା ପାଇଁ ନିଷ୍ପତ୍ତି ନେଇଥିଲେ ।