-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
05-May-2022
ଭୁବନେଶ୍ବର : ଯେବେ ସ୍ବପ୍ନ ସତ ହୁଏ ,ସବୁ କିଛି ପାଇଗଲା ଭଳି ଲାଗେ।କିନ୍ତୁ ସ୍ବପ୍ନ ସତ ପାଇଁ ,ସେହି ପ୍ରଚେଷ୍ଟା , ପରିଶ୍ରମ ଓ ନିଷ୍ଠା ର ଆବଶ୍ୟକତା ଥାଏ ।ନିଜର ସମାୟାନୁ ବର୍ତିତା ଓ କର୍ତଵ୍ୟ ପରାୟଣତା ଜଣେ ସାଧାରଣ ଯୁବକକୁ ମଧ୍ୟ ଏକାଧାରରେ ସଫଳ ଉଦ୍ୟଗି ,ପ୍ରତିଷ୍ଠିତ ବ୍ୟକ୍ତି ତଥା ସମାଜରେ ଆଗଧାଡ଼ିର ବ୍ୟକ୍ତିବିଶେଷ ଭାବେ ,ପରିଚିତ ଦେଇଥାଏ।ଏମିତି କିଛି ଗୁଣର ଅଧିକାରୀ ,ଯୁବ ମିଡ଼ିଆ ସଂଯୋଜକ ଭାବେ ପରିଚିତ ଭରତ ପ୍ରଧାନ।। ଯୁବ ଉଦ୍ୱଗି ଓ ଯୁବ ମିଡ଼ିଆ ସଂଯୋଜକ , ଜଣେ ଆଙ୍କର ଓ ସମାଜସେବୀ ଭାବରେ ୨୪ ବର୍ଷୀୟ ଭରତ ବେଶ ପରିଚିତ।ନିଜ ବାପା ,ମା ଓ ଭାଇଙ୍କୁ ନେଇ ଏକ ଯୌଥ ପରିବାରରେ ରହୁଥିବା ଭରତ ,ଜଣେ ଇଭେଣ୍ଟ ମ୍ୟାନେଜର ଭାବେ ବେଶ ଜଣାଶୁଣା।ଅଦ୍ୟବିଧି ୭୦ ରୁ ତତ୍ୱାଧିକ ଇଭେଣ୍ଟକୁ ,ସେ ସଫଳତାର ସହ ତୁଲାଇବା ସହ ନିଜକୁ ମଧ୍ୟ ସଫ୍ଟଓୟାର ମାର୍କେଟିଂ ଜବ୍ ରେ ମଧ୍ୟ ନିଜକୁ ବ୍ୟସ୍ତ ରଖିଛନ୍ତି।ନୟାଗଡ଼ ଵୋଦସା ଗ୍ରାମରେ ଜନ୍ମିତ ଭରତଙ୍କ ସ୍ବପ୍ନ ସଫଳ ହେବା ସହ ସେ ନିଜ ଲକ୍ଷ୍ୟ ପଥେ ମାଡିଚାଲିଛନ୍ତି।ନିଜ କର୍ତ୍ତବ୍ୟ ପରାୟଣତା ପାଇଁ ସେ ଆଜି ଜଣେ ସଫଳ ଯୁବ ଉଦ୍ୟଗି ଓ ମିଡ଼ିଆ ସଂଯୋଜକ।ନିଜର ୟୁ ଟୁବ ଚଂନେଲ ରେ ସେ ମଧ୍ୟ ଭଲ କାମ କରୁଛନ୍ତି।ସମୟ ପାଇଲେ ପେଣ୍ଟିଙ୍ଗ କରିବା ,କବିତା ଲେଖିବା ଓ ତା ସାଙ୍ଗକୁ ସମାଜସେବାରେ ସେ ନିଜକୁ ନିୟୋଜିତ ରଖନ୍ତି।ନୟାଗଡ଼ ବୋଦସା ଗ୍ରାମରେ ଜନ୍ମିତ ଭରତ ଙ୍କ ସ୍ୱପ୍ନକୁ ସାକାର କରିବା ପଛରେ ତାଙ୍କ ଗୁରୁ ପ୍ରଣୟ ଜେଠି ,ବାପା ,ବୋଉ ଭାଇ,ଓ ଗୁରୁଜନଙ୍କୁ ଆଶ୍ରିବାଦ ସଙ୍ଗକୁ ଲୋକଙ୍କ ଭଲ ପାଇବା ତାଙ୍କୁ ଜଣେ ସଫଳ ବ୍ୟକ୍ତି ଭାବେ ପରିଚିତ ଦେଇଛି।
ଅମୃତ ନନ୍ଦ ଙ୍କ ରିପୋର୍ଟ