-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||     

HOME   ଜିଲ୍ଲା

ଭୀମ ପାହାଡ଼ର ଐତିହାସିକ ପୃଷ୍ଠଭୂମି ଗବେଷଣା ହିଁ ନୂତନ ପରିଚୟ ସୃଷ୍ଟି କରିବ -ଗୁମ୍ଫା ସଂସ୍କୃତି ଏ ଅଞ୍ଚଳର ପରିଚୟ -ବୀରତାର ମୁକସାକ୍ଷୀ ‘ଭୀମପାହାଡ଼’

05-May-2022



ବଲାଙ୍ଗିର,- ଘଞ୍ଚ ଜଙ୍ଗଲ ଉପରେ ଅବସ୍ଥିତ ଭୀମ ପାହାଡ଼ ଆଜକୁ ପ୍ରାୟ ୩୦ ବର୍ଷ ପୂର୍ବେ ଏକ ଅଜଣା ସ୍ଥାନ ହୋଇ ରହିଥିଲା । ଭୀମ ପାହାଡ଼ରେ ଗୋଟେ ପରେ ଗୋଟେ ଗୁମ୍ଫାର ସନ୍ଧାନ ହେବା ପରେ ଧୀରେ ଧୀରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଦେଖା ଦେଇଥିଲା । ଆଦିବାସୀ ସଂସ୍କୃତି,ପରମ୍ପରା ଓ ଜୀବନ ଜୀବିକା ସହ ଜଡ଼ିତ ହୋଇଥିବା ଏହି ପାହାଡ଼ ଅନନ୍ୟ ଓ ସ୍ୱତନ୍ତ୍ର । ଗବେଷଣା ହିଁ ଏହାର ଅନେକ ରହସ୍ୟ ଖୋଲିବ ସ୍ଥାନୀୟ ଭୀମ ପାହାଡ଼ ପାଦଦେଶରେ ବୁଧବାର ଅନୁଷ୍ଠିତ ‘ଭୀମ ପାହାଡ଼ର ଐତିହାସିକ ପୃଷ୍ଠଭୂମି’ଶୀର୍ଷକ ସମ୍ପାନରେ ଗବେଷକମାନେ ମତ ଦେଇଛନ୍ତି ।  ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ପାନରେ ଲୋକ ସଂସ୍କୃତି ଓ ପରମ୍ପରା ଗବେଷକ ଗୁରୁଶ୍ରୀ ଡ. ଘାସିରାମ ମିଶ୍ର,ଗବେଷକ ସାଲେଗ୍ରାମ ହୋତା, ଆଦିବାସୀ ସଂସ୍କୃତି ଗବେଷକ ରାଜୀବ ସଗରିଆ,କନ୍ଧ ସଂସ୍କୃତି ଗବେଷକ ଅଜିତ୍ ଭୋଇ,ଭୀମ ପାହାଡ଼ ମହୋତ୍ସବର ସଭାପତି ତଥା ଭୀମ ପାହାଡ଼ ଐତିହ ପ୍ରଚାରକ ପ୍ରମୋଦ ବହିଦାର,ସାମ୍ବାଦିକ ବିଭୁ କଲ୍ୟାଣ ଗଡ଼ତ୍ୟା,କୋଶଲୀ ଲୋକ ନୃତ୍ୟ ଏକାଡ଼େମୀର ପ୍ରତିଷ୍ଠାତା ଧରଣୀଧର ନାୟକ ପ୍ରମୁଖ ମଞ୍ଚାସିନ ହୋଇଥିଲେ ।  ପ୍ରାରମ୍ଭରେ ମହୋତ୍ସବର ମୁଖ୍ୟ ଉପଦେଷ୍ଟା ଲକ୍ଷ୍ମଣ ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାନର ଆୟୋଜନ ସମ୍ପର୍କରେ ମତ ରଖିଥିଲେ । ଗବେଷକ ଶ୍ରୀ ସଗରିଆ ଶହ ଶହ ବର୍ଷ ପୂର୍ବରୁ କିଭଳି ଭୀମ ଯୋଗ ସୃଷ୍ଟି ହୋଇଥିଲା ଓ ୧୨ ଭୀମ ବୁଢା ସମ୍ପର୍କରେ ମତ ରଖିବା ସହ ଏ ଅଞ୍ଚଳର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ମତ ରଖିଥିଲେ । ଡ.ଶ୍ରୀ ମିଶ୍ର  ପାହାଡ଼,ଗୁମ୍ଫାରୁ ସୃଷ୍ଟି ଶଦ୍ଦ ବିଜ୍ଞାନ ଓ ଧନିପ୍ରତିଧ୍ୱନିର ଭୀମ ପାହାଡ଼ ଠାରେ ରହିଥିବା ସମ୍ପର୍କକୁ ପ୍ରାମାଣିକ ତଥ୍ୟ ଦେଇ ମା’ ବିନା ସୃଷ୍ଟିର  ପରିକଳ୍ପନା କରାଯାଇନପାରେ । ଗୁମ୍ଫା ସଂସ୍କୃତି ଏ ଅଞ୍ଚଳର ପରିଚୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସିପାହୀ ବିଦ୍ରୋହର ୪ ବର୍ଷ ପୂର୍ବରୁ ଭୀମ ପାହାଡ଼ ଏକ ଅଭେଦ୍ୟ ଦୂର୍ଗ ଭାବେ ପରିଗଣିତ ହେଉଥିଲା ।  ଚକରା ବିଶୋଇଙ୍କୁ ସୁରକ୍ଷା ପାଇଁ ଏହାକୁ ବ୍ୟବହାର କରାଯାଇଥିଲା । ଇଂରେଜ ସରକାରଙ୍କ ବିରୋଧରେ ହୋଇଥିବା ପ୍ରଜାମେଳି ଓ ଆଟଗାଁର  ତତ୍କାଳୀନ ଜମିଦାର ଧରମ ସିଂ ମାନଧାତାଙ୍କ ବୀରତାର ଏହା ମୁକସାକ୍ଷୀ ବୋଲି ସମ୍ପାନରେ ମତପ୍ରକାଶ ପାଇଥିଲା । ଆଦି ପରମ୍ପରାର ଏହି ମହାନ ଐତିହସ୍ଥଳୀ ଯେଉଁ ଭଳି ଏହାର ରକ୍ଷଣା ବେକ୍ଷଣ ଓ ଗବେଷଣା ହେବା କଥା ଆଜି ଯାଏଁ ହୋଇପାରି ନାହିଁ । ବର୍ତ୍ତମାନ ସୁଦ୍ଧା ୬୪ଟି ଗୁମ୍ଫାର ସନ୍ଧାନ ହୋଇଥିବା ବେଳେ ଏହାରି ପରିସୀମାରେ ଆହୁରି ଅନେକ ଗୁମ୍ଫାର ସନ୍ଧାନ ହୋଇପାରିବ । ଏଥିରେ କୌଣସି ଦ୍ୱିମତ ନାହିଁ । ଗବେଷଣା ହେଲେ ଏହାର ଆହୁରି ଅନକେ ରହସ୍ୟମୟ ତଥ୍ୟ ଲୋକସମ୍ମୁଖକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଥିଲା ।ଏହି ସମ୍ପାନରେ ସ୍ଥାନୀୟ ଅଞ୍ଚଳର ପଞ୍ଚାୟତ ଜନ ପ୍ରତିନିଧି,ବୁଦ୍ଧିଜୀବୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ,ଯୁବ ଗବେଷକ, ଏସଏଚଜି ମହିଳାମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଆୟୋଜକ କମିଟିର ସଭାପତି ଶ୍ରୀ ବହିଦାର ଧନ୍ୟବାଦ ଦେଇଥିଲେ ।   


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026

You Might Also Like