-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
02-May-2022
ଯାଜପୁର:: ଶ୍ରମିକ ଦିବସ ଅବସରରେ ଓଡ଼ିଶାର ଆଗ ଧାଡ଼ିର ଶ୍ରମିକ ସଂଗଠନ ସମାଜ ବିକାଶ କର୍ମଜୀବୀ ଶ୍ରମିକ ସଂଘ ପକ୍ଷରୁ ଚଣ୍ଡିଖୋଲ ରେ ଆୟୋଜିତ ରାଜ୍ୟ ସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ,ଏହି ସଭାରେ ଶ୍ରମିକ ନେତା ନୃସିଂହ ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଓଡ଼ିଶାର ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ମାନସ ଜେନା ଯୋଗ ଦେଇ ଶ୍ରମିକ ମାନଙ୍କ ସମସ୍ୟା ଉପରେ ଆଲୋକ ପାତ କରିଥିଲେ ,ସଂଘର ସାଧାରଣ ସମ୍ପାଦକ ରମେଶ କୁମାର ଜେନା ପ୍ରାରମ୍ଭିକ ସୂଚନା ସହ ବାର୍ଷିକ ବିବରଣୀ ପାଠ କରିଥିଲେ ,ଏହି ସଭାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶ୍ରମିକ ନେତା ମାନେ ଯୋଗ ଦେଇ ନିଜ ଅଞ୍ଚଳର ଶ୍ରମିକ ମାନଙ୍କ ସମସ୍ୟା କୁ ଉତ୍ଥାପନ କରିଥିଲେ ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା କୁ ନେଇ ଶ୍ରମିକ ମାନଙ୍କୁ ସମ୍ଭର୍ଧିତକରାଯାଇଥିଲା ସତ୍ୟପ୍ରତି ସମର୍ପିତ ଖବରକାଗଜ ସାଧନାର ସ୍ୱରୂପ ର ସମ୍ପାଦକଙ୍କୁ ନିରପେକ୍ଷ ଭରସା ଯୋଗ୍ୟ ସାମ୍ବାଦିକ ଭାବେ ସମ୍ଭର୍ଧିତ କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ଦେଵତା ସଂଘ କୁ ପ୍ରଶଂସା କରିବା ସହ ସାଧନାର ସ୍ୱରୂପ ସଦାସର୍ବଦା ଗରିବ ଖଟିଖିଆ ଶ୍ରମିକ ଭାଇ ଭଉଣୀ ସାଙ୍ଗରେ ରହିଛି ରହିବ ଓ ରହିଥିବ ବୋଲି କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ,ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପରିଡା, ପ୍ରଦୀପ୍ତ ପୃଷ୍ଟି ଙ୍କୁ ମଧ୍ୟ ସମ୍ଭର୍ଧିତ କରାଯାଇଥିଲା ।ଏହି ସଭାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ସହ ସହ ଶ୍ରମିକ ମାନେ ଯୋଗ ଦେଇଥିଲେ l (ଅମୃତ ନନ୍ଦ ଙ୍କ ରିପୋର୍ଟ)