-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ବେଆଇନ ନିଶା କାରବାର ର ଚେର କେଉଁଠି,ଅପରେସନ କ୍ଲିନ କ୍ରିମିନାଲ ସତ୍ୱେ ବନ୍ଦ ହେଉନି ବେଆଇନ ନିଶା କାରବାର

19-Nov-2020



ବଲାଙ୍ଗୀର, (ପ୍ରେରଣା ଖବର):ବଲାଙ୍ଗୀର ସହରରେ କିଛି ବର୍ଷ ଧରି ନିଶାକାରବାରରେ କଫସିରଫର ଚାହିଦା ରହିଥିବା ବେଳେ ଏବେ ବିଭିନ୍ନ ଉଚ୍ଚକ୍ଷମତା ନିଶା ବଟିକାର ସାହାରା ନେଉଛନ୍ତି ସହରୀ ଯୁବକ। ବିନା ଡାକ୍ତରୀ ପେସକ୍ରିପସନ ଓ କମ ଦାମରେ ମିଲୁଥିବା ଏହି ନିଶାବଟିକାର ନିଶା କ୍ଷମତା ବହୁତ ରହିଥିବା ବେଳେ ଏହାର ଚୋରା କାରବାର ସହରାଞ୍ଚଳ ରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କଫସିରଫ କାରବାର କିଛିଟା ନିୟନ୍ତ୍ରଣ କରାଯାଇପରିଥିବା ବେଳେ   ଜିଲ୍ଲା ର କେନ୍ଦ୍ରବିନ୍ଦୁ ପାଲଟିଛି ସିନ୍ଧେକେଲା । କଳାହାଣ୍ଡି ଜିଲ୍ଲା କୁ ସଂଯୋଗ କରୁଥିବା ଏହି ସିନ୍ଧେକେଲା ଥାନା ଅଞ୍ଚଳରେ ଏବେ ଏସକଫ ନାମକ ନିଷକଫ ସିରଫ ୩୫୦ ରୁ ଚାରିସହ ଟଙ୍କା ରେ ବିକ୍ରି ଓ ଚାଲାଣ କରାଯାଉଥିବା ବେଳେ ନୂଆପଡା ଓ କଳାହାଣ୍ଡି କୁ ଏହି କଫସିରଫ ଚାଲାଣ କରାଯାଉଛି । ଏହି ସିନ୍ଧେକେଲା ର ଚାନ୍ଦୁତରା ଯିବା ରାସ୍ତାରେ ଥିବା ଏକ ହନୁମାନ ମନ୍ଦିର ନିକଟରେ ନିଜର ଗୋଦାମ କରି ଏହି ବେଆଇନ କାରବାର ରେ ବେଶ ଲାଭବାନ ହେଉଛନ୍ତି ବ୍ୟବସାୟୀ । ପୋଲିସ ପ୍ରଶାସନ ଓ ରାଜନୈତିକ ଛତ୍ରଛାୟା ତଳେ ରହି ବେଧଡକ ନିଜ କାରବାର ଚାଲୁ ରହିଛି । ବିଭିନ୍ନ ଅଞ୍ଚଳକୁ ଓ ଦୂରଦୂରାନ୍ତରୁ ବାଇକ ଓ ଚାରିଚକିଆ ଯାନ ରେ ଯୁବଗୋଷ୍ଠୀ, କଲେଜ ଛାତ୍ର ତଥା ସମ୍ରାନ୍ତ ଶ୍ରେଣୀ ର ଅଭ୍ୟସ୍ତ ବ୍ୟକ୍ତି ଆସି ଏହି ସିରପ କିଣି ଯାଉଥିବା ଲିଖିତ ଅଭିଯୋଗ ରାଜ୍ୟ ଗୃହ ବିଭାଗ ନିକଟରେ ସାଧାରଣ ସେବା ସଂସ୍ଥା ତରଫରୁ କରାଯାଇଛି ।  ବଲାଙ୍ଗୀର କୁ କଟକ ରୁ ଏହି ସିରଫ ଆସୁଥିବା ବେଳେ ଏବେ ଏହି ସିନ୍ଧେକେଲା କୁ ଆସୁଛି ଏହି ନିସା କଫସିରଫ  । ଅପରେସନ କ୍ଲିନ କ୍ରିମିନାଲ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଆରମ୍ଭ କରାଯିବା ପରେ ଏବେ ଏହି ଅଞ୍ଚଳ କୁ କେନ୍ଦ୍ରବିନ୍ଦୁ କରାଯାଇଛି । ଏଥିରେ ନୂଆପଡା ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା କୁ ଏଠୁ ଚାଲାଣ କରିବା ଅଧିକ ସୁବିଧା ହୋଇଛି ।   ପୂର୍ବଭଳି ଖୋଲାଖୋଲି ବିକ୍ରୟ ଉପରେ ରୋକ ଲାଗିଥିବା ବେଳେ ଏହି ଟ୍ରେଣ୍ଡ ମଧ୍ୟ ବଦଳିବାକୁ ଦେଖାଯାଉଛି। କଫସିରଫ ମିଳୁ ନ ଥିବା ସ୍ଥାନରେ ନିଶା ବଟିକା ର ବ୍ୟବହାର କରାଯାଉଛି । ଯେଉଁ ଔଷଧ ରୋଗୀଙ୍କ ପାଇଁ ବ୍ୟବହାର କରାଯାଉଥିଲା ତାହା ନିଶାଖୋର ବ୍ୟକ୍ତିମାନେ କେବଳ ନିଶା ପାଇଁ ବ୍ୟବହାର କରୁଛନ୍ତି ।

ସୂଚନାଯୋଗ୍ୟ ଯେ ବଲାଙ୍ଗୀର ସହର ମଧ୍ୟରେ ଥିବା ହାତୀଶାଳ ପଡାରୁ କଫସିରଫ ଭଳି ନିଶା ବଟିକା କାରବାର କରୁଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି। ହାତୀଶାଳପଡା ଜୋରଖଣ୍ଡିରେ ରହୁଥିବା ବସନ୍ତ ସାହୁ ବେଆଇନ ଭାବେ ନିଶା ବଟିକା ବିକୁଥିବା ଅଭିଯୋଗରେ ଗିରଫ କରିଛି। ପେଟ୍ରୋଲିଂ ସମୟରେ ବସନ୍ତ ଆଲପ୍ରାଜୋଲାମ ମିଶ୍ରିତ ଆଲଜୋଲମ – ୦.୫ ବଟିକା ବିକୁଥିବା ବେଳେ ପୋଲିସ ସନ୍ଦେହରେ ପଚରା ଉଚୁରା ଆରମ୍ଭ କରିଥିଲା। ନିଶା ପାଇଁ ଯୁବକ ମାନଙ୍କୁ ବସନ୍ତ ବିକ୍ରୀ କରୁଥିବା ବେଳେ ତାକୁ ପୋଲିସ ଗୁରୁବାର ଏନଡିପିଏସ ଆଇନରେ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀମନ୍ତ ବାରିକ। ସେହିପରି ପ୍ରୋକ୍ସିବନ ତଥା ଟ୍ରାଇକା-୪୦ ପରି ବିଭିନ୍ନ ଔଷଧ ବିକ୍ରି ହେବାରେ ଲାଗିଛି।
ଏପରିକି ପୂର୍ବରୁ ମଧ୍ୟ ବସନ୍ତ ଗର୍ଭବତୀ ମହିଳା ମାନଙ୍କୁ ଓ ବ୍ଲଡ଼ ପ୍ରେସର,ହାର୍ଟ ରେ ଆକ୍ରାନ୍ତ ଙ୍କୁ ଦିଆଯାଉଥିବା  ଔଷଧ ନିଶା ଭାବେ ବ୍ୟବହାର କରିବା ପାଇଁ ବିକ୍ରୀ କରାଯାଉଛି । ବଲାଙ୍ଗୀର ଥାନା ଅଧିକାରୀ ଙ୍କ ସୂଚନା ଅନୁଯାୟୀ ବସନ୍ତ ଠାରୁ ପୋଲିସ ୨୦ଷ୍ଟ୍ରିପ ଆଲପ୍ରାଜୋଲାମ ରହିତ ଆଲଜୋଲାମ ଔଷଧ ଜବତ କରିଛି । ଜିଲ୍ଲାର ଏହି ସିନ୍ଧେକେଲା କୁ କେନ୍ଦ୍ରବିନ୍ଦୁ କରିଥିବା ଏହି ଅସାଧୁ ବ୍ୟବସାୟୀ ଓ କଟକ ରୁ ପଠାଯାଉଥିବା ଏହି ସିରଫ ର ପ୍ରକୃତ ଚେର କେଉଁଠି ସେ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ବିଭିନ୍ନ ମହଲରେ ଦାବୀ ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like