-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
19-Nov-2020
କଟକ (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ):ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଠାରେ ଆଜି ସନ୍ଧ୍ୟାରେ ୩୩/୧୧କେଭି ବିଦ୍ୟୁତ ଗ୍ରୀଡ଼ ର ଶୁଭ ଉଦଘାଟନ ଆଇନ ଓ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି।ଉତ୍ସବରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଗ୍ରାମାଞ୍ଚଳ ରେ ଲୋକଙ୍କ ପାଇଁ କୌଣସି ସମସ୍ୟା ଦେଖାଦେବ ନାହିଁ।ଏହି ପରିପ୍ରେକ୍ଷୀରେ ଅସୁରେଶ୍ୱର ଠାରେ ସ୍ଥାପିତ ଗ୍ରୀଡ଼ ସବଷ୍ଟେସନ ଦ୍ୱାରା ଅନୁନ୍ୟ ୧୦ଟି ପଞ୍ଚାୟତ ର ଲୋକେ ଉପକୃତ ହୋଇପାରିବେ।ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ଓଝା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବ ରେ ମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ ଏହା ଦ୍ୱାରା ପ୍ରାୟ ୧୦ ହଜାର ଗ୍ରାହକ ଉପକୃତ ହୋଇପାରିବେ।ଆଉ ଲୋ ଭୋଲଟେଜ ସମସ୍ୟା ରହିବ ନାହିଁ।ସଭାରେ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି,ପ୍ରାକ୍ତନ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର,ଅଧ୍ୟକ୍ଷା ଙ୍କ ପ୍ରତିନିଧି ଅଶୋକ ଓଝା ଙ୍କ ସମେତ ବହୁ ସରପଞ୍ଚ ଓ ସମିତିସଭ୍ୟ ଯୋଗ ଦେଇଥିଲେ।