-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ବଲିଉଡରେ ବଲାଙ୍ଗିରର ଫିଲ୍ମ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ- ମୁକ୍ତିଲାଭ ଅପେକ୍ଷାରେ ୱେବ ସିରିଜ ‘ଝୋଲାଛାପ୍‌’

19-Nov-2020



ବଲାଙ୍ଗିର,(ସନ୍ତୋଷ କୁମାର ଠ।କୁର)  ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ୭ଟି କ୍ଷୁଦ୍ର ଚଳଚ୍ଚିତ୍ର ସଫଳତା ପାଇବା ପରେ ଏକ ବଡ ୱେବ ସିରିଜ ମୁକ୍ତିଲାଭ ଅପେକ୍ଷାରେ ରହିଛି । ଓଡିଶାର ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ତଥା ଅଭିନେତା ଚିତ୍ତରଂଜନ ତ୍ରିପାଠୀ ଏଥିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ଏହା ସହ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ ଅଭିନେତା ମୁସ୍ତାଖ ଖାନ, ମେହେକ ମନୱାନୀ  ବିଭିନ୍ନ ଚରିତ୍ରରେ ଆସିବେ । ଏହି ୱେବ ସିରିଜ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । ଏ ନେଇ ସ୍ଥାନୀୟ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷ ଠାରେ ବଲାଙ୍ଗିରର ବଲିଉଡ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ସୂଚନା ଦେଇଛନ୍ତି । 
  ଝୋଲାଛାପ୍ ସିରିଜରେ ଭାରତୀୟ ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ପ୍ରକୃତ ଚିତ୍ର ଉପରେ ଚିତ୍ରଣ କରାଯାଇଛି । ସ୍ୱାଧିନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନେକ ଗାଁ ରହିଛି ଯେଉଁଠି ସ୍ୱାସ୍ଥ୍ୟ ସେବା ଅପହଞ୍ଚ ହୋଇ ରହିଛି । ଏହାର ସୁଯୋଗ ନେଇ ଅନେକ ଅପାଠୁଆ ଡାକ୍ତର(କ୍ୱାକ)ଙ୍କ ଦ୍ୱାରା ଲୋକେ ଚିକିତ୍ସିତ ହୋଇ ଆସୁଛନ୍ତି, ଯାହାର ପରିଣାମ ପରବର୍ତ୍ତୀ ସମୟରେ ସାଂଘାତିକ ରୂପ ଧାରଣ କରେ । ଝୋଲାଛାପ୍ ସିରିଜ୍‌ରେ ତାକୁ ନେଇ ଚିତ୍ର ଓ ଚରିତ୍ର ଗୁଡିକ ଗତିଶୀଳ ହୋଇଛି । କାହାଣୀର ମୁଖ୍ୟ ଉଦ୍ଦେଶ୍ୟ ଲୋକମାନଙ୍କୁ ଏହି ସିରିଜ ଜରିଆରେ ଜନସଚେତନା ସୃଷ୍ଟି ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେହିପରି କୋଭିଡ-୧୯ କଟକଣା ଯୋଗୁଁ ଚଳିତ ବର୍ଷ ହେବାକୁ ବିଭିନ୍ନ ଫିଲ୍ମ ବାତିଲ କରାଯାଇଛି । ତେବେ ଆସନ୍ତା ବର୍ଷ ଓଡିଶାରେ ବଲିଉଡ ଫିଲ୍ମ ନିର୍ମାଣ କରିବାର ଯୋଜନା ରହିଛି ।

ଏହି ଅଞ୍ଚଳର କଳା, ସଂସ୍କୃତିକୁ ନେଇ ନିର୍ମିତ ହେବାକୁ ଥିବା ବଲିଉଡ ଫିଲ୍ମରେ ସ୍ଥାନୀୟ କଳାକାରମାନଙ୍କୁ     ବିଶେଷ ସୁଯୋଗ ଦିଆଯିବ । ଏହା ଉଭୟ ବଲାଙ୍ଗିର ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ସୁଟିଂ ହେବ । ଏଥି ପାଇଁ ସ୍ୱତନ୍ତ୍ର ଭାବେ ଅଡିସନ କରାଯିବ ଓ ସେଥିରୁ ଚୟନ ହୋଇଥିବା କଳାକାରମାନେ ବଲିଉଡର ବରିଷ୍ଠ କଳାକାରମାନଙ୍କ କାମ କରିବାର ସୁଯୋଗ ପାଇପାରିବେ ବୋଲି ନିର୍ଦ୍ଦେଶକ କହିଛନ୍ତି । 
  ଜ୍ୟୋତି ପ୍ରକାଶ ହେଉଛନ୍ତି ବଲାଙ୍ଗିର ମାଟିର ପୁଅ । ସେ ତାଙ୍କର ଶିକ୍ଷା ଜବାହାର ନବୋଦୟ ବିଦ୍ୟାଳୟ ବେଲପଡା ଓ ପରେ ସମ୍ବଲପୁର ଜିଏମ କଲେଜରେ ବିଜ୍ଞାନ ବିଭାଗରେ ସ୍ନାତକ କରିଥିଲେ । ସେଠାରୁ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । ଦୀର୍ଘ ବର୍ଷ ଧରି ସେବା ଦେଲା ପରେ ସେବା ନିବୃତ୍ତ ହୋଇଥିଲେ । ୨୦୧୭ ମସିହାରେ ମହେଶ ଭଟ୍ଟଙ୍କ ଠାରୁ ନିର୍ଦ୍ଦେଶନା   ପାଠ୍ୟ ଶିିକ୍ଷାଲାଭ ପରେ କ୍ଷୁଦ୍ର ଚଳଚିତ୍ର ଜଗତରେ ନିର୍ଦ୍ଦେଶନା ପାଇଁ ପାଦ ଥାପିଥିଲେ । ଯାହା ବିଗତ ଦିନରେ ଅନେକ ସଫଳତା ହାସଲ କରିଛି । ଏବେ ବଡ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହେଉଥିବା ଜ୍ୟୋତି ପ୍ରକାଶ କହିଛନ୍ତି ।    
 


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like