-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
07-Apr-2022
କର୍ଲାମୁଣ୍ଡ (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଆତ୍ମା ସମ୍ମିଳନୀ କକ୍ଷରେ ଗୁରୁବାର ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ଜଳ ଏବଂ ସଂରକ୍ଷଣ ବିଭାଗ ସହିତ ଏକ ଦିବସିୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ବରିଷ୍ଠ ଚାଷୀ ଶ୍ରୀପତି ଭୋଇ, କୃଷି ବିଭାଗ ଏ ଟିଏମ ଶ୍ୟାମ ପଦ ଭଞ୍ଜ,ମିଳନ କୁମାର ଗୋଛ।ୟତ, ମୃତ୍ତିକା ସଂରକ୍ଷଣ ବିଭାଗ କ୍ଷେତ୍ର ଅଧିକାରୀ ହରିବନ୍ଧୁ ଧରୁଆ,ମହିଳା ଚାଷୀ ଗୌରୀ ଦୀପ ,ଯୁବ ଚାଷୀ ତିରଞ୍ଜି ମେର୍ଲି, ଦ୍ରୋଣ ସାହୁ,ବିରେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ବର୍ଷା ଜଳ ଅମଳ ,ମୃତ୍ତିକା ସୁରକ୍ଷା ଉପରେ ଭିନ୍ନ ଭିନ୍ନଉପାୟ ଗୁଡିକ ଉପରେ ମତ ପୋଷଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନ ର କର୍ମୀ ପ୍ରଦୀପ କୁମାର ସାହୁ, କିଶୋର ଦାଶ୍ ସଂଯୋଜନା କରିଥିବା ବେଳେ ଚାଷୀ ନେତା ଗୋପୀନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।