-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
07-Apr-2022
ସୁବର୍ଣ୍ଣପୁର -(ମନୋରଞ୍ଜନ ତ୍ରିପାଠୀ) କୁଷ୍ଠ ରୋଗୀ ଙ୍କୁ ସେବା ମହାତ୍ମାଗାନ୍ଧୀ ଙ୍କ ସ୍ବପ୍ନ ଓ ପରିକଳ୍ପନା କୁ ଅନେକ ନେତା ତଥା ଲୋକେ କେବଳ ଭାଷଣ ବାଜି ରେ ସୀମିତ ରଖିବା ବିଷୟ ଆମେ ଜାଣିଥିଲୁ l କିନ୍ତୁ ଗାନ୍ଧୀ ଙ୍କ ସେଇ ସ୍ବପ୍ନ ଵା ପରିକଳ୍ପନା କୁ ସାକାର କରି କାର୍ଯ୍ୟ ରେ ଦେଖାଇ ଏକ ଅନନ୍ୟ ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ସ୍ୱଚ୍ଛ ଭାରତ ର ଉପଦେଷ୍ଟା, ସତ୍ୟ ସେବା ସାଇ ସମିତି ର ବରିଷ୍ଠ ସଭ୍ୟ ତଥା ସମାଜସେବୀ ବୃନ୍ଦାବନ ରଥ l ସୋନପୁର ମହାନଦୀ ତେଲ ନଦୀ ର ସଙ୍ଗମ ସ୍ଥଳ ନିକଟ ରେ ଥିବା କୁଷ୍ଠ ରୋଗୀ ସେବା ଶ୍ରମ ରେ ଦୀର୍ଘ 20 ବର୍ଷ ପୂର୍ଵ ରୁ ଆଶ୍ରୟ ନେଇ ବହୁ ଦିନ ଧରି ଶଯ୍ୟାଶାୟୀ ଥିବା 7O ବର୍ଷୀୟ ଵୃଦ୍ଧ ପୂର୍ଣ୍ଣ ଚନ୍ଦ୍ର ପୋଢ଼ ଙ୍କ ଆଜି ଦେହାନ୍ତ ଘଟିଛି l ଏ ଖବର ପାଇବା ପରେ ଶ୍ରୀ ରଥ ସେବା ଶ୍ରମ ର ଅନ୍ତେବାସୀ ଙ୍କ ସହିତ ଆଜି ଶ୍ରୀ ରଥ ପ୍ରବଳ ଖରାବେଳେ ଶ୍ରୀ ରାମେଶ୍ୱର ମନ୍ଦିର ସ୍ମଶାନ ଘାଟ ରେ ସ୍ବର୍ଗୀୟ ପୋଢ଼ ଙ୍କ ଅନ୍ତିମ ସଂସ୍କାର ରେ କାନ୍ଧ ଦେବା ସହ ସମସ୍ତ ସହାୟତା ଯୋଗାଇ ଥିଲେ l ଶ୍ରୀ ରଥ ଦୀର୍ଘ ବର୍ଷ ରୁ ଏଇ ସେବା ଶ୍ରମ ର ଅନ୍ତେବାସୀ ଙ୍କୁ ବିଭିନ୍ନ ପର୍ବ ପର୍ବାଣି ରେ ଅନ୍ନ, ଫଳ ଓ ବିଭିନ୍ନ ଖାଦ୍ୟ ପହଞ୍ଚାଇଵା ସହ ପ୍ରତିଦିନ ଏମାନଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଆଶ୍ରମ ଘର ର ଯତ୍ନ ଓ ବିଭିନ୍ନ ସମସ୍ୟା କଥା ବୁଝା ସୁଝା କରି ସମାଜସେବୀ ଶ୍ରୀବତ୍ସ ମଲ୍କିକ ଓ ପ୍ରଶାସନ ର ମଧ୍ୟ ସହାୟତା ଲୋଡ଼ନ୍ତି l ପ୍ରାକ୍ତନ ଏସପି ଦେବୀ ପ୍ରସାଦ ଦାଶ ଙ୍କ କାର୍ଯ୍ୟକାଳ ସମୟ ରୁ ଶ୍ରୀ ଦାଶ ଓ ସମାଜସେବୀ ଶ୍ରୀ ମଲ୍କିକ ଙ୍କ ସହାୟତା ରେ ପ୍ରତିଦିନ ରାତି ରେ ସହର ରେ ବୁଲୁଥିବା ପାଗଳ ଓ ନିରାଶ୍ରୟ ଲୋକଙ୍କୁ ଅନ୍ନ ପେକେଟ ବାଣ୍ଟିଥାନ୍ତି l ନିଜେ ଏଇ ରୋଗୀ ଙ୍କ ଘା ଧୋଇ ଚିକିତ୍ସା କରାଇବା ଠୁ ତାଙ୍କ ରି ସବୁ ସେବା କରିବା ଦୁଃଖ ସୁଖ ରେ ସାମିଲ ହେବା ଶ୍ରୀ ରଥ ଙ୍କ ଏକ ନୀତି ଦିନିଆଁ ସେବା କାର୍ଯ୍ୟ ଅଟେ l ନିଜ ଚାକିରୀ ଓ ଘର କାମ, ସତ୍ୟ ସାଇ ସେବା ସଂଗଠନ, ସ୍ୱଚ୍ଛ ଭାରତ ସେବା ସହିତ ଏମାନଙ୍କ ପାଇଁ ମଧ୍ୟ ଶ୍ରୀ ରଥ ଅନେକ ସମୟ ଦିଅନ୍ତି l ଶ୍ରୀ ରଥ ଙ୍କ ଏଇ ମହତ କାର୍ଯ୍ୟ ବିଭିନ୍ନ ଅନୁଷ୍ଠାନ ସମେତ ସହର ର ବୁଦ୍ଧିଜୀବୀ ଖୁବ ପ୍ରଶଂସା କରି ଦୀର୍ଘାୟୁ କାମନା କରିଛନ୍ତି l