-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
27-Mar-2022
ବଲାଙ୍ଗିର(ପ୍ରେରଣା ଖବର)ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମଂଚର ସଭାପତି ପ୍ରଭାକର ମିଶ୍ର ଅଧ୍ୟକ୍ଷତା କରିଥିଲେ । ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ଅତିରିକ୍ତ ସାଧାରଣ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଳ ଓ ଆୟ ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ କୋଷାଧ୍ୟକ୍ଷ ନରେନ୍ଦ୍ର କବାଟ । ଆଜିର ବୈଠକରେ ବିଭିନ୍ନ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରି ମତବ୍ୟକ୍ତ କରିଥିଲେ । ଏକ ସରକାରୀ ଜମି ମଂଚକୁ ଦେବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବ, ସାମାଜିକ ସେବା ପାଇଁ ଏକ ସାମାଜିକ ମଙ୍ଗଳ ସବ୍ କମିଟି ଗଠନ କରି ଅବହେଳିତ ଲୋକମାନଙ୍କ ପାଇଁ କରାଯିବା, ମହିଳାମାନଙ୍କୁ ମଂଚର ସଦସ୍ୟା ଭାବରେ ନୂତନ କରି ମହିଳା ଶାଖା ଗଠନ କରିବା, ଉପଖଣ୍ଡ ତଥା ବ୍ଲକ ଶାଖା କରି କରି ବରିଷ୍ଠ ନାଗରିକ ମାନଙ୍କ ସୁବିଧା ଅସୁବିଧା ବିଷୟରେ ସମାଧାନ କରିବା, ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ପାଇଁ ଅନୁରୋଧ କରାଯିବା, ଉପ-ଜିଲ୍ଲାପାଳଙ୍କ ଅଧିନରେ ଥିବା ଏକ ସରକାରୀ ଘରକୁ ଅସ୍ଥାୟୀ ଭାବରେ କାର୍ଯ୍ୟାଳୟ ପରିଚାଳନା କରିବା ପାଇଁ ଅନୁରୋଧ କରାଯିବା, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ଯୋଗ ଶିବିର, ଚକ୍ଷୁ ପରୀକ୍ଷା ଶିବିର ଆଦି କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏତଦ୍ ବ୍ୟତିତ ଆଗାମୀ ଦିନରେ ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ଖେଳ ପ୍ରତିଯୋଗିତା କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଦୁର୍ଗା ପ୍ରସନ୍ନ ଛୁରିଆ ନୂତନ ଭାବରେ ଆଜିବନ ସଦସ୍ୟତା ଗ୍ରହଣ କରିଥିବାରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ମଂଚ ତରଫରୁ ଆସନ୍ତା ସେପ୍ଟେମ୍ବର ମାସରେ ଗୁଜୁରାଟର ଦ୍ୱାରୀକା ଓ ଓଡିଶାର ଜଗନ୍ନାଥଧାମ ପୁରୀକୁ ବରିଷ୍ଠ ନାଗରିକମାନଙ୍କୁ ନେଇ ତିର୍ଥ ଭ୍ରମଣ କରିଯିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ବିଗତ ଦିନର ଆୟ ବ୍ୟୟର ତଦାରଖ ପାଇଁ ଧନଞ୍ଜୟ ମିଶ୍ର ଓ ଦ୍ୱାରିକାନାଥ ପଟେଲଙ୍କୁ ସମିକ୍ଷକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଆଜିର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଦ୍ୱାରିକା ନାଥ ପଟେଲ, ଧନଞ୍ଜୟ ମିଶ୍ର, କପିଳେଶ୍ୱର ଖମାରୀ, ଅଶୋକ କୁମାର ଚାନ୍ଦ, ସୁରେନ୍ଦ୍ର ନେଗୀ, ଇଂ ହରେକୃଷ୍ଣ ମେହେର, ଇଂ ପ୍ରଫୁଲ୍ଲ କୁମାର ସାହୁ, ସୁଧାଂଶୁ ଶେଖର ଦର୍ଜୀ, ବାସୁଦେବ ମେହେର, ଏତଦ ବ୍ୟତିତ ପାଂଚ ଜଣ ସଦସ୍ୟଙ୍କୁ ଚିତ୍ତ ରଂଜନ ପଟେଲ, ପୀତବାସ ପଣ୍ଡା, ସୁରେନ୍ଦ୍ର ନେଗୀ, ସଢାନନ ରାଉତ ଓ ପୁରୁଷୋତ୍ତମ ପଣ୍ଡାଙ୍କୁ କାର୍ଯ୍ୟକାରୀ ସଭ୍ୟ ଭାବରେ ମନୋନିତ କରାଯାଇଥିଲା । ଗାନ୍ଧୀ ଷ୍ଟାଡିୟମର ହାଡୁ ଓ ମୁନସି ସହଯୋଗ କରିଥିବାରୁ କୃତଜ୍ଞତା ପ୍ରକାଶ କରାଯାଇଥିଲା । ଗାନ୍ଧୀ ଷ୍ଟାଡିୟମ ଠାରେ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସହଯୋଗ କରିଥିଲେ ଜିଲ୍ଲା କ୍ରୀଡା ସଂସଦର ଯୁଗ୍ମ ସଂପାଦକ ତଥା ମଂଚର ଉପଦେଷ୍ଟା ପଦ୍ମଚରଣ ଆଚାର୍ଯ୍ୟ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସୁନିଲ ଚନ୍ଦ୍ର ବିଶ୍ୱାଳ ।