-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Mar-2022
ନୂଆପଡ଼ା(ନିରଞ୍ଜନ ତ୍ରିପାଠୀ) :-ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାଚନ ରେ ବିଜେଡି ରୁ ପ୍ରାର୍ଥୀ ଭାବେ ଟିକେଟ ନ ମିଳିବା ଫଳରେ ଏମଡି ଆଦମ ବାଧ୍ୟ ହୋଇ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କୁ ୧୨୬୭ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଛନ୍ତି । ନୂତନ ଅଧ୍ୟକ୍ଷ ଏମଡି ଆଦମ ୩୬୧୬ ଭୋଟ ପାଇଁ ଥିବାବେଳେ ପରାଜିତ ପ୍ରାର୍ଥୀ ଶ୍ରୀ ପଣ୍ଡା ୨୩୪୯ ଭୋଟ ଏବଂ ଏଠାକାର ବିଜେଡ଼ି ପ୍ରାର୍ଥୀ ମାତ୍ର ୨୦୧୧ ଭୋଟ ପାଇଁ ତୃତୀୟ ସ୍ଥାନ କୁ ଚାଲିଯାଇଛନ୍ତି ।ଏମଡି ଆଦମ ଜଣେ ମାଛ ବ୍ୟବସାୟ ଭାବେ ଅଞ୍ଚଳ ବେଶ ଜଣାଶୁଣା ।ସେ ପୂର୍ବରୁ ୨୦୧୨ ମସିହାରେ ନୂଆପଡ଼ା ରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇ ଅନେକ ଜନହିତକର କାର୍ଯ୍ୟକ୍ରମ ମାନ କରିବା ପରିପ୍ରେକ୍ଷୀରେ ୨୦୧୩ ମସିହାରେ ନୂଆପଡ଼ା ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।ସେ ସମୟ ରେ ମଧ୍ୟ ୱାର୍ଡ ନଂ ୬ ରେ ଆଉନସିଲର ଭାବେ ବିଜୟୀ ହୋଇଥିଲେ ।ସେ ଜଣେ ଉଚ୍ଚ କୋଟୀର ସମାଜ ସେବୀ ଭାବେ ଗରିବ ଲୋକଙ୍କୁ ଅନେକ ସମୟରେ ସାହାଯ୍ୟ ମଧ୍ୟ କରିଚାଲିଛନ୍ତି ।ଠିକ ସେ ଭଳି ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବିଜେପି ପ୍ରାର୍ଥୀନୀ ସୋନିଆ ଅଗ୍ରଓ୍ବାଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀନୀ ସୁନୀତା ଜୈନ ଙ୍କୁ ୮୮୩ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟ ମୁକୁଟ ପିନ୍ଧି ଅଧ୍ୟକ୍ଷା ଭାବେ ଜୟଯୁକ୍ତ ହୋଇଛନ୍ତି । ସୋନିଆ ୫୮୨୫ ଭୋଟ ପାଇ ଥିବା ବେଳେ, ସୁନୀତା ୪୯୪୨ ଭୋଟ ପାଇ ପରାଜୟ ହୋଇଛନ୍ତି । ଅନୁରୂପ ରାଜଖରିଆର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କଂଗ୍ରେସ ପ୍ରାର୍ଥୀ ଉଜ୍ଜ୍ୱଳ ଗୁପ୍ତା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସ୍ୱାଧିନ ପ୍ରାର୍ଥୀ ଶ୍ରୀକାନ୍ତ ଚାଟାର୍ଜୀ ଙ୍କୁ ୨୮୫୬ ଭୋଟ ବ୍ୟବଧାନରେ ପରାଜିତ କରି ଅଧ୍ୟକ୍ଷ ଭାବେ ଜୟଯୁକ୍ତ ହୋଇଛନ୍ତି ।ଏଠି ଉଜ୍ଜ୍ୱଳ ୩୯୦୦ ଭୋଟ ପାଇଥିବାବେଳେ, ଶ୍ରୀକାନ୍ତ ୨୦୯୪, ବିଜେଡି ପ୍ରାର୍ଥୀ ମାତ୍ର ୧୮୫୭ ଭୋଟ ପାଇଥିଲେ ।