-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Mar-2022
ବରଗଡ଼:-ଆଜି ପୌର ନିର୍ବାଚନ ର ମତଗଣନା ଚାଲିଥିବା ବେଳେ ପ୍ରଥମ ଥର ପାଇଁ ନବ ଗଠିତ ବିଜେପୁର ଏନ .ଏ .ସି ପାଇଁ ଗତ ୨୪ ତାରିଖରେ ମତଦାନ ହୋଇଥିଲା । ଆଜି ବିଜୁ ଜନତା ଦଳର ଅଧ୍ୟକ୍ଷା ପ୍ରାର୍ଥୀ ଶ୍ରୀମତୀ ସୀତା ବାରିକ ତାଙ୍କର ନିକଟ ତମ ପ୍ରତିଦ୍ବନ୍ଦୀ ଭାରତୀୟ ଜନତା ପାର୍ଟି ର ପଦ୍ମାବତୀ ଦେହେରୀ ଙ୍କୁ ପରାସ୍ତ କରି ବିଜେପୁର ଏନ .ଏ .ସି ର ପ୍ରଥମ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ରେ ବିଜୟ ଲାଭ କରିଥିବା ସୀତା ବାରିକ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି ।
ସେହିଭଳି ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦର ନୂତନ ଅଧ୍ୟକ୍ଷା ଭାବରେ ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ସାବିତ୍ରୀ ବାଗ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ରଞ୍ଜୁ ସେଠ ଙ୍କୁ ପରାସ୍ତ କରି ପଦ୍ମପୁର ଏନ.ଏ.ସି ର ଅଧ୍ୟକ୍ଷା ଭାବେ ବିଜୟୀ ହୋଇଥିବାବେଳେ, ବରଗଡ଼ ପୈାରପରିଷଦ ର ଅଧ୍ୟକ୍ଷା ଭାବେ ବିଜେଡି ଦଳର ଶ୍ରୀମତୀ କଳ୍ପନା ମାଝି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ଦଳର ଅଧ୍ୟକ୍ଷା ପ୍ରାର୍ଥୀନୀ ଶ୍ରୀମତୀ ଅନୁରାଧା ଅଗ୍ରଓ୍ବାଲ ଙ୍କୁ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଥିବା ବେଳେ, ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଭାବେ ସ୍ୱାଧିନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ଶ୍ରୀମାନ ଦିନେଶ ଗହୀର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ଦଳ ର ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଶ୍ରୀମାନ ପ୍ରଦ୍ୟୁମ୍ନ ତ୍ରିପାଠୀ ଙ୍କୁ ପରାଜିତ କରି ବରପାଲି ଏନ.ଏ.ସି ର ଅଧ୍ୟକ୍ଷ ଭାବେ ବିଜୟୀ ହୋଇଛନ୍ତି ।