-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
24-Mar-2022
ବରଗଡ(ନିରଞ୍ଜନ ତ୍ରିପାଠୀ)ବରଗଡ ଜିଲ୍ଲା ପାଇକମାଲ ବ୍ଲକର ପାଇକମାଲ, ବରତୁଣ୍ଡା ଓ କେର୍ମେଲାବାହାଲ ଠାରେ ସି.ଆର.ପି.ଏଫ. ତରଫରୁ ଲୋକଙ୍କ ସୁରକ୍ଷା ସହିତ ଲୋକ ସମ୍ପର୍କ ବଢାଇବା ଓ ସାଧାରଣ ଜନତାଙ୍କୁ ସବୁବେଳେ ସାଧ୍ୟ ମୁତାବକ ସହାୟତା କରିବା ପାଇଁ ଜନସଚେତନତା କରାଯାଉଛି।ଆଜି ୧୮୯ବାଟାଲିଅନ ର କମାନଡେଣ୍ଟ ପବନ କୁମାର ତିୱାରୀ ଙ୍କର ନିର୍ଦେଶ ଓ ପ୍ରତକ୍ଷ ତତ୍ୱବାଧାନତା ରେ ଅନୁଷ୍ଠିତ ହୋଇଥିଲା।୧୮୯ ବାଟାଲିଅନ ର ସି କମ୍ପାନୀ ଦ୍ୱାରା ସିଭିକ ଏକ୍ସନ ପ୍ରୋଗ୍ରାମ ମାଧ୍ୟମରେ ଲୋକଙ୍କୁ ରେଡ଼ିଓ ଓ ସୋଲାର ଲାଇଟ ବଣ୍ଟନ କରାଯାଇଥିଲା।ପାଇକମାଲ,ବରତୁଣ୍ଡା, କେର୍ମେଲାବାହାଲ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମାଣ୍ଡଡେନ ପବନ କୁମାର ତିୱାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ପାଇକମାଲ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପାଇକମାଲ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ଡି,ପୂର୍ବତନ ସରପଞ୍ଚ ଧବଳେଶ୍ୱର ସାହୁ, ଆୟୁର୍ବେଦ କଲେଜ ଅଧ୍ୟକ୍ଷା କେ.ଟି.ତନୟା ରାଉତରାୟ,ଦିଲ୍ଲୀପ କୁମାର ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇଥିଲେ।ସେହିପରି ବରତୁଣ୍ଡା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରତୁଣ୍ଡା ସରପଞ୍ଚ ଶ୍ରୀମତୀ ରିତା ସୁନା,ସରପଞ୍ଚ ପ୍ରତିନିଧି ଗୋବିନ୍ଦ ସୁନା ପ୍ରମୁଖ ଯୋଗ ଦେଇଥିଲେ। ଏହା ସହିତ ୧୮୯ ବାଟାଲିଅନ ର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାମ ରୁଘୁନାଥ ରାମ ସମେତ ଡାକ୍ତର ଶ୍ରୀଧର ପ୍ରଧାନ,ଡାକ୍ତର ଅଗ୍ରୱାଲ ପ୍ରମୁଖ ଚିକିତ୍ସା ନିମିତ୍ତ ପରୀକ୍ଷା ନିରୀକ୍ଷା କରି ବିଭିନ୍ନ ମାଗଣାରେ ଔଷଧ ପ୍ରଦାନରେ ସହଯୋଗ କରିଥିଲେ।୧୮୯ ବାଟାଲିଅନ ର ସେକେଣ୍ଡ ଇନ ଚାର୍ଜ ଶ୍ରୀ ପୀତବାସ ପଣ୍ଡା ,ସି କମ୍ପାନୀ ର ଆସିଷ୍ଟାଣ୍ଟ କମଣ୍ଡେଣ୍ଟ ଶ୍ରୀମତୀ ମିନା ଶର୍ମା ପ୍ରମୁଖ ଏହି ଆୟୋଜନକୁ ସୁଚାରୁ ରୂପରେ ପରିଚାଳନା କରିଥିଲେ ।