-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
16-Feb-2022
ଢେଙ୍କାନାଳ : ଯୋରନ୍ଦା ମହିମାଗlଦି ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଫଳରେ ଚଳ ଚଞ୍ଚଳ ହୋଇ ଉଠିଛି ମହିମା ଗାଦି, ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିବା ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳ ର ଯୋରନ୍ଦା ସ୍ଥିତ ମହିମା ଗାଦି ଚଳ ଚଞ୍ଚଳ ହୋଇ ଉଠିଛି, ପରମ୍ପରା ମୁତାବକ ସମଗ୍ର ପ୍ରାନ୍ତରୁ ମହିମା ସାଧୁମାନଙ୍କର ଏହି ପିଠ ଆଗମନ ଘଟିଛି, ମହିମା ଧର୍ମ ର ପ୍ରତିଷ୍ଠାତା ସ୍ୱାମୀ ମହିମା ଗୋସାଇଁ ଧୂନି ସ୍ଥାନରେ ଆଜି ମାଘ ଶୁକ୍ଳ ପକ୍ଷ ଅବସରରେ ପ୍ରଭୁ ପୂର୍ଣ୍ଣିମା ଉତ୍ସବ କୁ ପାଳନ କରିଛନ୍ତି ମହିମା ସାଧୁ, କୋଭିଡ ସଂକ୍ରମଣ ଆଶଙ୍କା ରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋରନ୍ଦା ମେଳା ଉପରେ କଟକଣା ଜାରି କରାଯାଇଛି, ଜିଲ୍ଲା ବାହାରୁ କୋଣସି ଭକ୍ତ ବା ଶ୍ରଦ୍ଧାଳୁଙ୍କୁ ଯୋରନ୍ଦା ମହିମାଗଦି ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲେ ମଧ୍ୟ ଜିଲ୍ଲା ବାହାରୁ ତଥା ରାଜ୍ୟ ବାହାରୁ ତଥା ରାଜ୍ୟ ବାହାରୁ ମହିମା ସାଧୁ ଓ ଶ୍ରଦ୍ଧାଳୁ ଙ୍କ ସମାବେଶ ହୋଇନଥିବାର ଦେଖିବାକୁ ମିଳିଛି l