-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ଜିଲ୍ଲା

ରାତି ପାହିଲେ ନିର୍ବାଚନ, ଦାଦନ ରାଇଜରେ ଭୋଟ୍ ଦେବ କିଏ ?

15-Feb-2022



ବଲାଙ୍ଗିର :ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଫାଇଟ୍ । ନିର୍ବାଚନ ପାଇଁ ବୁଥ୍ ଏବଂ ପୋଲିଂ ପାର୍ଟି ପ୍ରସ୍ତୁତ ଥିବାବେଳେ ବଲାଙ୍ଗୀର ଦାଦନ ପ୍ରବଣ ଅଞ୍ଚଳ ନାହାନ୍ତି ଭୋଟର । ପେଟପାଟଣା ପାଇଁ ବାହାରେ ଦାଦନ ଖଟୁଛନ୍ତି ଶହ ଶହ ଲୋକେ । ତେଣୁ ଏହି ଏହି ଦାଦନ ରାଇଜର କିଏ ଦେବ ଭୋଟ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 
 ବଲାଙ୍ଗୀର: ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ୍ ରହିଛି ରାଜନୈତିକ ପାଣିପାଗ । ଗାଁଠୁ ସହର ସବୁଠି ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି । ସକାଳେ ଭୋଟ୍ ପଡିବାକୁ ଥିବାବେଳେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ବିଭିନ୍ନ ବୁଥ୍‌ରେ ପୋଲିଂ ପାର୍ଟି ଡେରା ପକାଇବା ଆରମ୍ଭ କରିଛନ୍ତି । ନିର୍ବାଚନକୁ ନେଇ ଗାଁ ଗଣ୍ଡା ଚଳଚଞ୍ଚଳ ଥିବାବେଳେ ବଲାଙ୍ଗୀର ଜିଲ୍ଲାର ଦାଦନ ପ୍ରବଣ ଅଞ୍ଚଳରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଏଠି ଗାଁ ଅଛି, ପ୍ରାର୍ଥୀ ବି ଅଛନ୍ତି ହେଲେ ପ୍ରତିନିଧି ବାଛିବା ପାଇଁ ଭୋଟର ନାହାଁନ୍ତି । ଅର୍ଥାତ୍ ଦାଦନ ପ୍ରବଣ ଗାଁମାନଙ୍କର ଅଧିକାଂଶ ଲୋକ ପେଟପାଟଣା ପାଇଁ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । ଅନେକ ଗାଁରେ ଘରେ ଘରେ କେବଳ ବୃଦ୍ଧାମାନେ ଏକାକୀ ଥିବାବେଳେ ପରିବାରର ଅନ୍ୟ ସଦସ୍ୟ ଦେଶ ବିଦେଶରେ ଦାଦନ ଖଟୁଥିବାର ଦେଖାଯାଇଛି ।
 ବଲାଙ୍ଗୀର ଜିଲ୍ଲାରେ ବହୁସଂଖ୍ୟକ ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି । ହେଲେ ମରୁଡି ପ୍ରବଣ ଏହି ଜିଲ୍ଲାରେ ଜଳସେଚନର ଅଭାବ ଏବଂ କଳ କାରଖାନା ନଥିବା ଯୋଗୁଁ ଏଠିକାର ଲୋକ କାମଧନ୍ଦା ପାଇଁ ନିଜ ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଥାନ୍ତି । ସରକାରୀ ତଥ୍ୟ ଅନୁସାରେ ବର୍ଷକୁ 2 ଲକ୍ଷ ଲୋକ ଦାଦନ ଖଟିବାକୁ ଯାଇଥାନ୍ତି । ହେଲେ ଏହି ତଥ୍ୟ ଏହାଠାରୁ କେଇ ଗୁଣ ଅଧିକ ଅଟେ । ତେବେ ବଲାଙ୍ଗୀର ଜିଲ୍ଲାରେ ଖରିଫ ଋତୁ ଧାନ ଅମଳ ପରେ ନୂଆଖାଇ ସାରି ଲୋକ ଦାଦନ ଖଟିବାକୁ ଯାଇଥାନ୍ତି । ବଲାଙ୍ଗୀରର ସହରାଞ୍ଚଳ ଛାଡ଼ି ସମସ୍ତ 14 ଟି ବ୍ଲକର ଲୋକେ ଦାଦନ ଖଟିବାକୁ ଦେଶର ବିଭିନ୍ନ ସ୍ଥାନକୁ ଯାଇଥାନ୍ତି ।
 ବଲାଙ୍ଗୀର ଜିଲ୍ଲାର ମୁରିବହାଲ, ବଙ୍ଗୋମୁଣ୍ଡା,ଟିଟିଲାଗଡ, କଣ୍ଟାବାଞ୍ଜି, ତୁରେକେଲା, ପାଟଣାଗଡ଼, ବେଲପଡ଼ା, ଖପ୍ରାଖୋଲ, ଗୁଡଭେଲା, ଦେଓଗାଁ, ଲୋଇସିଂହା ବ୍ଲକ ବିଶେଷ କରି ଦାଦନ ପ୍ରପୀଡ଼ିତ ଅଞ୍ଚଳ ବୋଲି ଜଣାଯାଏ । ଏହି ବ୍ଲକର ଅଧିକାଂଶ ଜନସଂଖ୍ୟା ଦାଦନ ଖଟିବାକୁ ଯାଇଥାନ୍ତି । ତେବେ ଏଭଳି ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କେବଳ ମାତ୍ର ଔପଚାରିକ ଭାବରେ ହୋଇଥାଏ । ଏଥର ମଧ୍ୟ ଏଠି ନେତା ଗାଁକୁ ଗାଁ ବୁଲୁଛନ୍ତି । ନିର୍ବାଚନୀ ପ୍ରଚାର ମଧ୍ୟ ଚାଲିଛି । ହେଲେ ମତଦାନ କେତେ ହେଉଛି ତାହା ଭୋଟ ଗ୍ରହଣ ଦିନ ଜଣାପଡ଼ିବ ।

 ଗରୀବଙ୍କ କଲ୍ୟାଣ ପାଇଁ ମାଳ ମାଳ ଯୋଜନା କରୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ହେଲେ ବଲାଙ୍ଗୀରରରେ ସରୁନି ଦାଦନ ଦୁଃଖ । ବିକାଶର ଗାଡି ଯେପରି ଅଟକି ଯାଇଛି ଜିଲ୍ଲାର ଏହି ଦାଦନ ପ୍ରବଣ ଅଞ୍ଚଳରେ । ନେତା ଓ ସାମାଜିକ କର୍ମୀ ତାଙ୍କ ନିଜର ଚେଷ୍ଟାରେ ଏଠିକାର ବିକାଶ ଦିଗରେ କାମ କରୁଥିଲେ ସୁଦ୍ଧା ଏଯାଏଁ ଆଶା ଅନୁରୂପ ଫଳ ମିଳି ପାରୁନାହିଁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like