-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
13-Feb-2022
ଭୁବନେଶ୍ୱର(ସୁଭାସିସ ନାୟକ): ରାଜ୍ୟରେ ଖୁବଶୀଘ୍ର ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର l କରୋନା ସଂକ୍ରମଣ ହ୍ରାସ ପାଇବା ପରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଖୋଲିବାକୁ ପ୍ରସ୍ତୁତ ହେଲେଣି। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଚିଠି ପଠାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଦାୟିତ୍ୱବାନ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଇ ଫେବ୍ରୁଆରୀ ୧୬ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଖୋଲିବାକୁ ଯୋଜନା କରୁଛନ୍ତି। ତେବେ ଦୁଇ ବର୍ଷ ହେଲା ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ବନ୍ଦ ପଡ଼ିଥିବାରୁ କୋଠା ଗୁଡ଼ିକୁ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ସେହିପରି କେନ୍ଦ୍ର ଗୁଡ଼ିକରେ ଥିବା ଅନ୍ୟାନ୍ୟ ସରଞ୍ଜାମ ଗୁଡ଼ିକକୁ ମଧ୍ୟ ଯାଞ୍ଚ କରିବାର ଆବଶ୍ୟକତା ରହିଛି।
ଗତ ୭ ତାରିଖରେ ରାଜ୍ୟରେ ଅଷ୍ଟମରୁ ତଦୁର୍ଦ୍ଧ ଶ୍ରେଣୀ ସବୁ ଖୋଲି ଯାଇଛି। ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ବି ଖୋଲିଯାଇଛି। ଫେବ୍ରୁଆରୀ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଥିବା ସ୍କୁଲ୍କୁ ମଧ୍ୟ ପିଲାଏ ପାଠ ପଢ଼ିବାକୁ ଯାଇଥା’ନ୍ତେ। କିନ୍ତୁ ନିର୍ବାଚନ ଥିବାରୁ ୧୪ରେ ସ୍କୁଲ୍ ଖୋଲିଲେ ବି ୨୮ରୁ ପିଲାମାନେ ପାଠପଢ଼ିବାକୁ ଯିବେ ବୋଲି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି।