-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
06-Feb-2022
ବଲାଙ୍ଗିର /ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ୨୬ ନମ୍ବର ଜୋନ୍ ରେ ବର୍ତ୍ତମାନ ସବୁ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ନିଜ ପାଇଁ ଘର ଘର ବୁଲି ଭୋଟଭିକ୍ଷା କରିବାକୁ ଲାଗିପଡିଛନ୍ତି। ସେହିପରି ଭାରତୀୟ ଜନତା ପାର୍ଟିର ଜିଲ୍ଲା
ପରିଷଦ ଆଶାୟୀ ପ୍ରାର୍ଥୀନୀ ଅନିମା ଦାସ ମଧ୍ୟ ନିଜ ପାଇଁ ଗତକାଲି ଘରକୁ ଘର ବୁଲିଥିଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସ୍ବଚ୍ଛ ,ନିର୍ମଳ ଶାସନ ବିଷୟରେ ବୁଝାଇଛନ୍ତି । ଗତକାଲି ୨୬ ନମ୍ବର ଜୋନ୍ ର ମଧ୍ୟପୁର ପଞ୍ଚାୟତ ମଧ୍ୟପୁର,କେନକେବା, କଟାପାଲି ସହ ସିହୀନୀ ପଞ୍ଚାୟତ ଭତାପଡା ଗାଁ ରେ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ଏବଂ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ବିଭିନ୍ନ ଉନ୍ନତିମୂଳକ ଯୋଜନା ଉପରେ ଆଲୋକପାତ କରିଥିବା ଜଣାପଡିଛି। ତାଙ୍କ ଭୋଟଭିକ୍ଷl ସମୟରେ
ଭାରତୀୟ ଜନତା ପାର୍ଟିର ଜୋନ୍ ସଭାପତି କୁନୁ ମୁଣ୍ଡା, ବିଜେପି ନେତ୍ରୀ ଶୈଳବାଳା ବାଗ, ବିଜେପି ନେତା ପ୍ରଶାନ୍ତ ଦାସ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ତାଙ୍କ ବିପକ୍ଷରେ ବିଜେଡ଼ି ରୁ ଯମୁନା ରଣା, ବହୁଜନ ସମାଜବାଦୀ ପାର୍ଟିର ଦେବକୀ ତାଣ୍ଡି, କଂଗ୍ରେସରୁ ନିଲାବତୀ ତାଣ୍ଡି ନିର୍ବାଚନ ଲଢ଼ୁଛନ୍ତି।
(ପୂର୍ଣ୍ଣ ଶଶୀ ଶେଖର ରାଓ ଙ୍କ ରିପୋର୍ଟ)