-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
05-Feb-2022
ବୌଦ୍ଧ (ପ୍ରେରଣା ଖବର) ଆଜି କଣ୍ଟାମାଳ ବ୍ଳକ ରେଙ୍ଗାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼କୁଶଙ୍ଗ ଗ୍ରାମରେ ବାଲ୍ୟବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଦୀର୍ଘ ଦୁଇମାସ ଆଗରୁ ବାଲ୍ୟବିବାହ ନିଷେଧ ଅଧିକାରୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା ବୁଝାସୁଝା କରିଥିଲେ ମଧ୍ୟ ପରିବାର ଲୋକ ଏହାକୁ ଅଣଦେଖା କରିଥିଲେ । ଆଜି ଏ ସମ୍ପର୍କରେ ସୂଚନା ପାଇ ବାଲ୍ୟବିବାହ ନିଷେଧ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନାରାଣୀ ପାଢ଼ୀ , କ୍ଷେତ୍ର ପରିଦଶିକା ଉର୍ମିଳା ପରିଡ଼ା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କର୍ମଚାରୀ ସୁଶାନ୍ତ ଭୋଇ , ଚାଇଲ୍ଡ ଲାଇନ ସଦସ୍ୟା ବେବିନା ନାଏକ , ସୂଧାମୟୀ ମିଶ୍ର ଏବଂ କଣ୍ଟାମାଳ ପୋଲିସ ର ସହଯୋଗ ରେ ଶିଶୁ ଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ କଲ୍ୟାଣ କମିଟି ସମ୍ମୁଖରେ ଉପସ୍ଥାପିତ କରାଯାଇଛି।