-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
05-Feb-2022
ବଲାଙ୍ଗୀର(ପ୍ରେରଣା ଖବର) : ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ପଦ୍ମଶ୍ରୀ ପାଇଥିବା ବଲାଙ୍ଗୀରର ବିଶିଷ୍ଟ ଲେଖକ , ଆକାଶବାଣୀ ଗୀତିକାର , ପ୍ରଥମ କୋଶଳୀ ଅଭିଧାନ ପ୍ରଣେତା ତଥା ଶିକ୍ଷାବିତ୍ ନରସିଂହପ୍ରସାଦ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପରିଷଦର ସଭାପତି ମଳୟ ମିଶ୍ର , ଉପ- ସଭାପତି ବିଶ୍ବମୟ ପୂଜାରୀ , ସମ୍ପାଦକ କପିଳେଶ୍ବର ଖମାରୀ , କୋଷାଧ୍ୟକ୍ଷ ଅଜିତ କୁମାର ମହାନ୍ତି , ସଦସ୍ୟ ଜ୍ଞାନୀନ୍ଦ୍ର ମହାନ୍ତି ଓ ବିକାଶ ମହାକୁର ପ୍ରମୁଖ ତାଙ୍କ ବାସଭବନରେ ଉପାୟନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହାପରେ ଏକ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ପ୍ରକାଶ । ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦର ଜଣେ ଉପଦେଷ୍ଟା ଥିବା ଶ୍ରୀ ଗୁରୁ ତାଙ୍କୁ ଏହି ପଦ୍ମଶ୍ରୀ ମିଳିବାର ଶ୍ରେୟ ଲେଖକ ପରିଷଦକୁ ଦେଇଥିଲେ ଓ ତାଙ୍କ ବକ୍ତବ୍ଯରେ ଅନେକ ପୁରସ୍କାର ମିଳିଥିଲେ ହେଁ , ତାଙ୍କୁ ଲେଖକ ପରିଷଦ ପକ୍ଷରୁ ' କୋଶଳ ପାଣିନୀ ' ଉପାଧୀରେ ପ୍ରଥମେ ଭୂଷିତ କରାଯାଇଥିବାରୁ ସେ କୃତଜ୍ଞତା ପ୍ରକାଶ କରିଥିଲେ । ତାଙ୍କର ଏହି ପଦ୍ମଶ୍ରୀ ପୁରସ୍କାର ସମଗ୍ର ଜିଲ୍ଲାର ଓ କୋଶଳୀଭାଷାକୁ ଏଥିରେ ସ୍ବୀକୃତି ଦେଇଥିବା ଭାରତ ସରକାର ଏହିଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦେବା ତାଙ୍କର ଏକମାତ୍ର ଅଭିଳାଷ ବୋଲି କହିଛନ୍ତି ।