-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
05-Feb-2022
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କୁ ମନରେଗା କାମର ଅନୁଧ୍ୟାନ ପାଇଁ ଏକ ନେସନାଲ ଲେବେଲ ମନିଟରିଂ ଦଳ ଆସି ବିଭିନ୍ନ ପଞ୍ଚାୟତ ରେ ହେଉଥିବା କାମ ନିଶ୍ଚିତ ସମୟସୀମା ମଧ୍ଯରେ ହେଉଛି ନା ନାହିଁ , ନିୟମିତ ଭାବେ ଶ୍ରମିକ ମାନେ କାମ ପାଉଛନ୍ତି ନା ନାହିଁ ଯଦି କାମ କଲେ ତା ହେଲେ ଠିକ ସମୟରେ ପାଉଣା ପାଉଛନ୍ତି ନା ନାହିଁ ଏବଂ ଆଗକୁ ସରକାରଙ୍କ ବିଭିନ୍ନ ଯୋଜନା ମାନଙ୍କରେ ଆଉ କଣ ଯୋଡିଲେ ସାଧାରଣ ଲୋକେ ଫାଇଦା ପାଇ ପାରିବେ ତାହାର ଅନୁଧ୍ୟାନ କରି ଫେରି ଯାଇଛନ୍ତି। ବିଗତ ଦିନରେ ବଙ୍ଗୋମୁଣ୍ଡା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ମନରେଗା ରେ ଦୁର୍ନୀତି , ଶ୍ରମିକ ମାନଙ୍କ ପାଉଣା ଠିକ ସମୟରେ ନ ମିଳିବା, କାମ କରିଥିବା ଶ୍ରମିକଙ୍କ ଏକାଉଣ୍ଟ ରେ ଟଙ୍କା ନ ପକାଇ ଡ଼ମି ଶ୍ରମିକ ମାନଙ୍କ ଏକାଉଣ୍ଟ ରେ ଟଙ୍କା ଉଠାଇ ଚଞ୍ଚକତା କରିବା ,ବିଳ କରାଇଦେବା ପାଇଁ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହେବା ଭଲି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ଖୋରାକ ଯୋଗାଇ ଆସୁଅଛି । ତେବେ ଯାହାହେଲେ ବି ଏହି ବ୍ଲକରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଶୁନ ହେଉଥିବାରୁ ଅଚିନ୍ତାରେ ଅଫିସର ଏଠି ଠିକାଦାର ସାଜି ସରକାରୀ ତହବିଲ ରୁ କୋଟି କୋଟି ଟଙ୍କା ପାଣିପରି ଖର୍ଚ୍ଚ କରୁଥିଲେ ହେଁ ତାହା କୋଉ କାମକୁ। କାହିଁକି ନା ଯୋଉ ପୋଖରୀ କିମ୍ବା ବନ୍ଧ, କଟାର ର ଲୋକଙ୍କ ବ୍ୟବହାର କରାଯାଏ ସେଠାରେ କାମ ନ ହୋଇ ଯୋଉ ପୋଖରୀ, ବନ୍ଧ, କଟାର ଲୋକେ ବ୍ୟବହାର କରୁନଥିବେ ସେହି ସ୍ଥାନ ମାନଙ୍କରେ କୋଟି କୋଟି ଟଙ୍କାର ମନରେଗା ଯୋଜନାରେ କାମ ହୋଇଥିବା ଲୋକେ ଅଭିଯୋଗ କରୁଛନ୍ତି
ଯୋଉଠାରେ ଜନ ବସତି ନାହିଁ ସେଠାରେ ରାସ୍ତା ନିର୍ମାଣ ଭଲି ଅଭିଯୋଗ ମଧ୍ଯ ଲୋକେ କରିଥାନ୍ତି। ତେବେ ଏସବୁ ମଧ୍ଯରେ ଗୁରୁବାର ଦିଲ୍ଲୀ ରୁ କେନ୍ଦ୍ର ସରକାରଙ୍କ ଏକ କେନ୍ଦ୍ରୀୟ ଦଳ ବଙ୍ଗୋମୁଣ୍ଡା ବ୍ଲକ ଗସ୍ତ କରି ବିଭିନ୍ନ ପଞ୍ଚାୟତ କୁ ପହଞ୍ଚି କାଗଜପତ୍ର ମନିଟରିଂ କରିବା ସହ ପଞ୍ଚାୟତ କର୍ମଚାରୀଙ୍କ ସହ ଆଲୋଚନା କରିବାସହ କେନ୍ଦ୍ର କରିଥିବା ଯୋଜନା ମାନଙ୍କର ପ୍ରଭାବ କିପରି ରହିଛି ତାହା ବୁଝିଥିଲେ ଏବଂ କେମିତି ଯୋଜନା ମାନଙ୍କର ଫାଇଦା ସାଧାରଣ ଲୋକେ ପାଇପାରିବେ ତାହା ପଞ୍ଚାୟତ ଅଧିକାରୀ ମାନଙ୍କୁ କହିଥିଲେ । କେନ୍ଦ୍ରୀୟ ଦଳ ବଙ୍ଗୋମୁଣ୍ଡା ବ୍ଲକର ଝଲପ ପଞ୍ଚାୟତ ପହଞ୍ଚି ପଞ୍ଚାୟତ ଅଫିସରେ ଆଲୋଚନା କରୁଥିବା ଖବର ପ୍ରଚାରିତ ହେବାପରେ ମନରେଗାରେ କାମ କରିଥିବା ଶ୍ରମିକ ମାନେ ପହଞ୍ଚି କାମ କରିଥିଲେ ହେଁ ପାଉଣା ନ ପାଇଥିବା ଅଭିଯୋଗ କରିଥିଲେ । ସେହିପରି ଭାବେ ଗରିବସେନା ପକ୍ଷରୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଏ ବିଷୟରେ ଆମ ପ୍ରତିନିଧି କେନ୍ଦ୍ରରୁ ଆସିଥିବା ଅଧିକାରୀଙ୍କୁ ପଚାରିବାରୁ କେନ୍ଦ୍ରରୁ ଆସିଥିବା ଅଧିକାରୀ ଏହା ଗୋପନୀୟ ଗସ୍ତ ଅଟେ ତେଣୁ ଏହା ଉପରେ ଆମେ କୌଣସି ମତାମତ ଦେଇ ପାରିବୁ ନାହିଁ ବୋଲି କହି ଚାଳିଯାଇଥିଲେ। ତାଙ୍କ ଗସ୍ତ ସମୟରେ ବଙ୍ଗୋମୁଣ୍ଡା ବ୍ଲକର ଏଇ , ଜେଇ, ଏପିଓ ଙ୍କ ସମ ଝଳପ ପଞ୍ଚାୟତ ର ଜିଆରଏସ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ହେଲେ ବ୍ଲକ ଏଇ ଏନ ପି ସିହ୍ନା ଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ ଏନଏଲଏମ ଅଧିକାରୀ ଆସିଥିଲେ।ହେଲେ ଅଭିଯୋଗ ଆମେ ପଞ୍ଚାୟତ କୁ ପହଞ୍ଚିବା ଆଗରୁ ହୋଇଥିଲା ସେ ସମୟରେ ମୁଁ ଅନ୍ୟଜଣେ କେନ୍ଦ୍ର ଅଧିକାରୀଙ୍କ ସହ କ୍ଷେତ୍ର ପରିଦର୍ଶନ ପାଇଁ ଯାଇଥିଲୁ ଆମେ ପଞ୍ଚାୟତ କୁ ଆସିବା ପରେ ପଞ୍ଚାୟତ ରେ ଥିବା ଆଉଜଣେ ଅଧିକାରୀ ପଞ୍ଚାୟତରୁ ବାହାରି ନିଜ ଗାଡିରେ ବସିଥିଲେ ତେଣୁ ଅଭିଯୋଗ ହୋଇଥିବା ବିଷୟରେ ମୁଁ କିଛି ଜାଣିନାହିଁ ବୋଳି କହିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଲା ବ୍ଲକର ଏଇ କିମ୍ବା ଜେଇ କେନ୍ଦ୍ର ରୁ ଆସିଥିବା ଦୁଇଜଣ ଅଧିକାରୀଙ୍କ ନାଁ ମଧ୍ଯ ଜାଣିନଥିବା କହିଛନ୍ତି ଏବଂ ଏହା ରୁଟିନ ଗସ୍ତ ବୋଲି କହିଥିଲେ।