-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
03-Feb-2022
ବୌଦ୍ଧ(ପ୍ରେରଣା ଖବର) : ବୌଦ୍ଧଜିଲାରେ କୋଭିଡରେ ଅନେକ ଲୋକ ମୃତ୍ୟୁର ଶୀକାର ହୋଇଥିବାବେଳେ ଡାକ୍ତର,ପୋଲିସ ଓ ସରକାରୀ ଅଧିକାରୀ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । କୋଭିଡ ୧୯ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁର ଶୀକାର ହୋଇଥିବା ବୌଦ୍ଧ ବ୍ଲକର ଏକାଉଣ୍ଟସ ଅଧିକାରୀ ରୋମାଞ୍ଚ ସାହୁଙ୍କ ପରିବାରକୁ ରାଜ୍ୟ ସରକାର କୋଭିଡ ଯୋଦ୍ଧା ଭାବରେ ଘୋଷିତ ସହାୟତା ରାଶି ଯୋଗାଇଦେଇଛନ୍ତି । ସୂଚନା ମୁତାବକ ପଞ୍ଚାୟତିରାଜ ବିଭାଗ ଜରିଆରେ ଯୋଗାଇ ଦିଆଯାଇଥିବା ୫୦ ଲକ୍ଷ ଟଙ୍କାର ଏହି ସହାୟତା ରାଶିକୁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ସ୍ୱର୍ଗତ ସାହୁଙ୍କ ପତ୍ନୀ ଶୈଳେନ୍ଦ୍ରୀ ସାହୁଙ୍କୁ ପ୍ରଦାନ କରିଛନ୍ତି । ଜିଲାପାଳଙ୍କ କାର୍ଯ୍ୟାଳୟରେ ଏହି ସହାୟତା ରାଶି ପ୍ରଦାନ ସମୟରେ ବୌଦ୍ଧ ବ୍ଲକ ବିଡିଓ ଦେବୀ ପ୍ରସାଦ ଦାଶ,ଡେପୁଟି କଲେକ୍ଟର ଅବନିକାନ୍ତ ସାହୁ ଓ ସ୍ୱର୍ଗତ ସାହୁଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ ।