-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
02-Feb-2022
ପଦ୍ମପୁର/ପାଇକମାଳ:-ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ୨୦୨୧-୨୨ ଶିକ୍ଷା ବର୍ଷର ତୃତୀୟ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ପାଇକମାଲ ବ୍ଲକ ଅନ୍ତର୍ଗତ ବାଦିକଟା କ୍ଲଷ୍ଟରର ସାପଲହର ସେବାଶ୍ରମ ସ୍କୁଲ ର ଛାତ୍ର କମଲେଶ ପ୍ରଧାନ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ସ୍କୁଲରେ ଶିକ୍ଷାଦାନ ବନ୍ଦ ଥାଇ ମଧ୍ୟ ସେ ଏହି ପରୀକ୍ଷାରେ ସମୁଦାୟ ୭ ଜଣ ଙ୍କ ମଧ୍ୟରୁ ସେ ଚତୁର୍ଥ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇପାରିଛନ୍ତି lସେବାଶ୍ରମ ର ପ୍ରଧାନ ସେବକ ଜେବି ଶଙ୍କର ଗିରି,ସେବିକା ସତ୍ୟଭାମା ପାତ୍ର,ସେବକ ଖଗେଶ୍ବର ଦ୍ୱାରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ଉଦ୍ୟମ ଓ ସଂପୃକ୍ତ ଛାତ୍ର କମଲେଶ ଙ୍କ ପାଠପଢ଼ାରେ ନିଷ୍ଠା ଏବଂ ଜଣେ ଦକ୍ଷ ଶିକ୍ଷା ପ୍ରଶାସକ ଭାବେ ପାଇକମାଲ ବି.ଇ.ଓ ଶ୍ରୀମାନ ଚୁଡ଼ାମଣି ବାରିକଙ୍କ ସଠିକ ଦୂରଦୃଷ୍ଟି ସମ୍ପର୍ଣ୍ଣ ଦିଗଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇଥିବା କୁହାଯାଉଛି ।ଏ ପରିପ୍ରେକ୍ଷୀରେ ସ୍କୁଲ ର ପରିଚାଳନା କମିଟି ଛାତ୍ର ଶ୍ରୀ କମଲେଶ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି