-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2022
ବଲାଙ୍ଗିର,(ପ୍ରେରଣା ଖବର) - ସୁବର୍ଣ୍ଣପୁର ଜିଲ୍ଲା ବି.ଏମ୍. ପୁର ଠାରେ ଆସନ୍ତା ୧୫ ଓ ୧୬ ତାରିଖରେ ପଶ୍ଚିମ ଓଡିଶା ତାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର ଜିଲ୍ଲା ତାଇକୋଣ୍ଡୋ ସଂଘର ସଂପାଦକ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୧୩ ଜଣିଆ ଟିମ୍ ଏଥିରେ ଭାଗ ନେବା ପାଇଁ ସୋନପୁର ଅଭିମୁଖେ ଯାତ୍ରା
କରିଛନ୍ତି । ଏଥିରେ ଖୁସିରାମ ସେଠ, ଶ୍ରେୟାଂଶ କୁମାର ସିଂଭଞ୍ଜ, ସମିକ୍ଷା ସମ୍ରିଦ୍ଧି ଷଢଙ୍ଗି, ତ୍ରିଲୋକେଶ ଶତପଥି, ସୁଶ୍ରୀ ଦେଭାଂଶି, ଧରିତ୍ରୀ କୁମାର, କ୍ରିଷ୍ଣାଅର୍ଜୁନ ବନଛୋର, ମନୋଜ
ବନଗୁଲା, ରୋହିତ ସାହୁ, ନବିନ ମେହେର, ଧନପତି ମେହେର, ବଳରାମ ମେହେର, ଅର୍ଣ୍ଣବ ଅଗ୍ରୱାଲ, ପୁମ୍ ସେଇ ଓ କିଓରୁଗୀ ବିଭାଗରେ ଭାଗ ନେଉଥିବା ବେଳେ ନରେନ୍ଦ୍ର ବରାଡ, ପ୍ରମୋଦ ସେଠ ମ୍ୟାନେଜର ଭାବେ ଭାଗ ନେଇଛନ୍ତି । ଏହି ଅବସରରେ ଜିଲ୍ଲା ତାଇକୋଣ୍ଡୋ ସଭାପତି ଶ୍ରୀକର ମିଶ୍ର ସମସ୍ତ ପ୍ରତିଯୋଗିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।