-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
04-Jan-2022
ବୀରମହାରାଜପୁର(ବିନୋଦ ପାଣ୍ଡେ )ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ କେଉଟିପାଲି ମହାନଦୀ କୂଳରେ ଥିବା ଖେଳପଡିଆରେ ପ୍ରଥମ ମାଁ ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଉଦଘାଟନି ଉତ୍ସବରେ ମୁଖ୍ଯ ଅତିଥି ଭାବେ ସ୍ବର୍ଗତ ପୂବତନ ବିଧାୟକ ବୈଷ୍ଣବ ପ୍ରଧାନ ଙ୍କ ସୁପୁତ୍ର ତଥା ସମାଜସେବୀ ବିନଭାନନ୍ଦ ପ୍ରଧାନ ଓ ସମାଜସେବୀ ସୁଧୀର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାଁ ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରିଥିଲେ ।ପ୍ରଥମ ମ୍ୟାଚରେ ଷଣ୍ଢା ସହ ଜଟେସିଂହା( ଏ) ଦଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଟସିଂହା ଦଲ ୬୦ ରନ କରି କ୍ୱାଟର ଫାଇନାଲକୁ ପ୍ରବେଶ କରିଥିଲା । ଦ୍ବିତୀୟ ମ୍ୟାଚ ରେ କଲମପୁର ସହ କେନ୍ଦୁପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦୁପାଲି ଦଲ ୧୦୧ ରନ କରି କ୍ୱାଟର ଫାଇନାଲକୁ ଯାଇଥିଲା । ଜଟେସିଂହା (ଏ) ସହ କେନ୍ଦୁପାଲି ମଧ୍ୟରେ କ୍ୱାଟର ଫାଇନାଲରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦୁପାଲି ଦଲ ୬୯ ରନ କରି ସେମିଫାଇନାଲ କୁ ଯାଇଛି ।ଝାଣ୍ଟିୁ ବେହେରା, ରଞ୍ଜନ ମିଶ୍ର ଖେଲ ପରିଚାଲନ କରିଥିବା ବେଲେ ସୁଧୀର ମିଶ୍ର ଧରାବିବରଣୀ ପ୍ରଦାନ କରିଥିଲେ । ସ୍କୋର ରେ କୁନୁ ମିଶ୍ର ରହିଥିବା ବେଳେ ପ୍ରକାଶ ବେହେରା, ଦିନବନ୍ଧୁ ବେହେରା, ରାଜା ମିଶ୍ର, ବଶିଂ ବେହେରା, ସୀତାରାମ ବେହେରା, ରାଧେ ବେହେରା ପ୍ରମୁଖ ସହଯୋଗ କରିଥିଲେ ।