-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
04-Jan-2022
ଧର୍ମଗଡ଼(ଜ୍ୟୋତିରଞ୍ଜନ ବେମାଲ): ଧର୍ମଗଡ଼ ବ୍ଲକ୍ ଧନରପୂର୍ ଖେଳପଡିଆ ଠାରେ ଅଷ୍ଟମ ଧନର ପୁର ପ୍ରିମିୟର କ୍ରିକେଟ ଲିଗ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ସୋମବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ସରଗୀଗୁଡ଼ା ଓ ତେଣ୍ଡାପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସରଗିଗୁଡା ଦଳ ତେଣ୍ଡପାଲିକୁ ହରାଇ କପ୍ ହାତେଇ ଥିଲା । ଏକ ରୋମାଞ୍ଚ ଭରା ମ୍ୟାଚ୍ ରେ ସାରଗିଗୁଡ଼ା ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୧ ରନ ସଂଗ୍ରହ କରିଥିଲେ ଜବାବ ରେ ୧୨୨ ରନ ର ଲକ୍ଷ୍ୟ ନେଇ ପଡିଆ କୁ ଓହ୍ଲାଇଥିବା ତେଣ୍ଡପଳି ଦଳ ୭୪ ରନ ରେ ସମସ୍ତ ୱିକେଟ୍ ହରାଇ ପରାଜୟ ହୋଇଥିଲେ ।
ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବ୍ଲକ୍ ଅଧ୍ୟକ୍ଷ ବଳରାମ ପୂଝାରୀ ଯୋଗ ଦେଇ ଖେଳାଳି ମାନଙ୍କୁ ଉଷାହିତ କରିଥିଲେ l ଅନୁଷ୍ଠିତ ଫାଇନାଲ ମ୍ୟାଚ୍ କୁ ଆମ୍ପାୟର ଭାବେ ହରିଶଙ୍କର ବାଗ , ମନ୍ତୁ ନାଏକ ଓ ସ୍କୋରର ଭାବେ ବିକାଶ ପାଣିଗ୍ରାହୀ ପରିଚାଳନା କରିଥିଲେ ।