-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
03-Jan-2022
ଉଲୁଣ୍ଡା,(ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ବାଘପାଲି ସ୍ଥିତ ସିଦ୍ଧଯୋଗୀ ଚନ୍ଦ୍ରମଣୀ ଦାସଙ୍କ ସମାଧି ପୀଠରେ ବକୁଲ ଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି । ଗ୍ରାମବାସୀଙ୍କ ମିଲିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ କଲଶଯାତ୍ରା କରାଯାଇ ସ୍ଥାପନ କରାଯାଇଥିଲା । ପଣ୍ଡିତ ବିଶ୍ୱନାଥ ପଣ୍ଡା ଓ ବିରେନ ପଣ୍ଡା ପୂଜାର୍ଚନା କରିଥିଲେ । ଆଠ ଦିନ ଧରି ଆୟୋଜିତ ହୋଇଥିବା ଏହି ମହୋତ୍ସବର ବିଭିନ୍ନ ଦିବସରେ ବ୍ୟାସ ଭାବରେ ଜଗଦୀସ ପୁରୋହିତ ଯୋଗଦେଇ ସପ୍ତାହ ପାରାୟଣ କରିଥିବା ବେଳେ ନାମଯଜ୍ଞରେ ବିଭିନ୍ନ ଗ୍ରାମରୁ କିର୍ତନ ଦଲ ଯୋଗଦେଇ ସଙ୍ର୍କୀତନ ପରିବେଷଣ କରିଥିଲେ । ସେହିପରୀ କୋଶଲୀ କବି ରାମେଶ୍ୱର ଛତ୍ରୀଆ, ଚମ୍ପେଶ୍ୱର ଦାନୀ, ଗଜେନ୍ଦ୍ର ସେଠୀ, ଧୃବଚରଣ ନାଏକ, ଗୋବର୍ଦ୍ଧନ ପଧାନ, ବେଟିଖିଆ ସେଠୀ, ଲିଙ୍ଗରାଜ ମଛତ୍ରୀଆ, ପ୍ରଫୁଲ୍ଲ ସାହୁ ବାଙ୍କବିହାରୀ ମହାକୁର, ମାଧବ ମଟାରୀ ପ୍ରମୁଖ ଯୋଗଦେଇ କବିତା ପାଠ କରିଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଉଦଯାପନୀ ସଭାରେ ପୁର୍ବତନ ସରପଂଚ ମୁରଳିଧର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଉତର କୁମାର ପାତ୍ର ଓ ଅଭିଷେକ ଅମାତ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମୁକୁନ୍ଦ ଧରୁଆ ମଂଚ ପରିଚାଲନା କରିଥିବା ବେଳେ ପଦ୍ମଲୋଚନ ପଧାନ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଘନଶ୍ୟାମ ପଧାନ, ରାଜକୁମାର ଅମାତ, ବୁଧୂଲାଲ ଦେହେରୀ, ସଂର୍କୀତନ ଭୁରଭୂରୀ, ମନୋଜ ଦନାୟକ, ସମାରୁ ବଗର୍ତୀ, ଭୀଖାରୀ ମାôଝ, ଜେହେରୁ ପଧାନ, ବୃନ୍ଦାବନ ବାରିକ, ଲୁପି ମହାକୁର, ନରସିଂହ ପଧାନ, ଜାନକୀରାମ ଦେହେରୀ, ସତ ବଗର୍ତୀ, ମାଗି ପଧାନ, କୃପାସିନ୍ଧୁ ଥାଟୀ ପ୍ରମୁଖ ସହଯୋଗ କରିଥିଲେ ।