-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ଟ୍ରାନ୍ସଫର୍ମର ରୁ ଲାଇନ ଚୋରି, ବିଦ୍ୟୁତ ବିଭାଗକୁ ଜଣାନାହିଁ !

15-Dec-2021



ବରଗଡ/ଅତାବିରା:- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ  ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପ ରୁ ଥୁଆପାଲି ରାସ୍ତାରେ ରହିଛି ପତ୍ରାପାଳି ଛକ।ଏହି ଛକର ଅନତି ଦୂରରେ ରହିଛି ଖଲଖଳି ଟିକ୍ରା ।ଏଠାରେ ରହୁଥିବା ପଡ଼ାବାସୀଙ୍କ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଏକ ଟ୍ରାନ୍ସଫର୍ମର ଲଗାଯାଇଛି। ଏହି ଟ୍ରାନ୍ସଫର୍ମର ରୁ ଏବେ ଲାଇନ ଚୋରି  ହେଉଛି କେନାଲ ବିଭାଗର ପୋଲ କାମ ପାଇଁ। ଆରଡି ରାସ୍ତାକୁ ଫଟାଇ ତାରକୁ ମାଟି ତଳେ ପୋତି ୨୦୦ମିଟର ଦୂର ପର୍ଯ୍ୟନ୍ତ ତାର ଲମ୍ବାଯଇ ଲାଇନ ଦିଆଯାଇଛି କେନାଲ ବିଭାଗକୁ। କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ଯେ ଏହି ଲାଇନ କେମିତି  ଦିଆଯାଇଛି  ବିଦ୍ୟୁତ୍ ବିଭାଗର କୌଣସି କର୍ମଚାରୀ ଙ୍କୁ ଜଣା ନାହିଁ।ତେବେ ଭୂତ ଆସିକି ଲାଇନ ତାର ମାଟିତଳେ ଟlଣିଯାଇଛି କି ?
ଏ ନେଇ ପତ୍ରାପାଲି ଅଧୀନରେ ଥିବା ରୋଏକ୍ସ  ହେଲପର ଦେବ କାଲସେକୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣିନଥିବା ପ୍ରକାଶ କରିଥିଲେ ଓ ଯଦି ଲାଇନ ଦିଆଯାଇଛି ତେବେ ତାକୁ ସେ କାଟିଦେବେ ବୋଲି କହିଥିଲେl ଏଇଠି ପ୍ରଶ୍ନବାଚୀ ସୃଷ୍ଟି ହେଉଛି କି, ଯଦି ସେ କିଛି ଜାଣି ନାହାନ୍ତି ତେବେ ତାକୁ କାଟିବେ କିପରି ?ଏହାପରେ ଆଉ ଏକ ଲାଇନମେନ  ସନ୍ତୋଷ ମହାନ୍ତିଙ୍କୁ  ପଚାରିବାରୁ  ସେ ଏମିତି ଉତ୍ତର ଦେଇଥିଲେ ଯେ,ଯିଏ ଶୁଣିବ ହସିବ lଆଉ ସତକୁ ଲୁଚାଇବାକୁ ମଣିଷ ବେଳେ ବେଳେ ଅବାସ୍ତବ କୁ ବାସ୍ତବ ରୂପ ଦେଇପାରେ ତାହା ତାଙ୍କ ଉତ୍ତରରୁ ବେଶ ସ୍ପଷ୍ଟ ଅନୁମେୟ l ଲାଇନମେନ ମହାନ୍ତି ବାବୁ କହିଲେ,ସେ କିଛି ଜାଣିନାହାନ୍ତି ଏ ବିଷୟରେ l ଯଦି ଲାଇନ ଦିଆଯାଇଛି ତା ହେଲେ ଅନଲାଇନ ମାଧ୍ୟମରେ ହୋଇଥାଇପାରେ ଏବଂ ଏସ ଡି ଓ କିମ୍ବା ସେକ୍ସେନାଲ ଅଫିସର ଜାଣିଥିବେ l ତେବେ ଅନଲାଇନ ମାଧ୍ୟମରେ ଘରେ ବସି ମାଟି ଖୋଲି ହୁଏ ଆଉ ତାର ଟଣାଯାଇ ବିଦ୍ୟୁତ  ସଂଯୋଗ କରାଯାଇପାରେ ଆଜି ପ୍ରଥମେ ଜାଣିବାକୁ ମିଳିଲା ଏହି ମହାଶୟଙ୍କ ଠାରୁ।ଏହାର ସତ୍ୟତା ଜାଣିବା ପାଇଁ ରେଙ୍ଗାଲି କ୍ୟାମ୍ପ ସେକ୍ସନ ଅଫିସର ଜେଇ ଙ୍କୁ ପଚାରିବାରୁ ,ସେ  ମଧ୍ୟ  କିଛି ଜାଣି ନାହାନ୍ତି ବୋଲି କହିଥିଲେ।ଆଉ ଯଦି ଲାଇନ ଚୋରି ହୋଇଛି ତେବେ,ତାକୁ ପେନାଲ୍ଟି କରି ଫାଇନ କରିବା ତା ଉପରେ ଏକ୍ସନ୍ ନେବା ବୋଲି  ଚତୁରତା ର ସହ ପ୍ରକାଶ କରିଥିଲେ।ତେବେ ଆରଡି ମୁଖ୍ୟ ରାସ୍ତାକୁ ଫଟାଇ ଭୂତ ନା ପ୍ରେତ ତାର ଟାଣି ଲାଇନ ଦେଇଛି ବୋଧହୁଏ l ଠିକାଦାର କୁ ପଚାରିଲେ କହୁଛି ଲାଇନମେନ ଲାଇନ ଦେଇଛି ବୋଲି।ତେବେ ସେ ଲାଇନ ମେନ୍ ଜଣକ କିଏ ? ବିଭାଗୀୟ ଅଧିକାରୀ ଙ୍କ ଅଜାଣତରେ ଏମିତି ଅପରାଧ ମୂଳକ କାମ କରୁଥିବା କର୍ମଚାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ରହିଛି ? ଟାଟା ପାୱାର ନିୟମ କେବଳ ଜନ ସାଧାରଣ ପାଇଁ କି?ସରକାରୀ ଅନୁଷ୍ଠାନ ମାନଙ୍କରେ ବି ଅଳ୍ପ କିଛି ବିଚ୍ୟୁତି ଥିଲେ ,ନିୟମ ର ଆଳ ଦେଖାଇ ଟାଟା ପାୱାର ହଜାର ହଜାର ଟଙ୍କା ଫାଇନ କରୁଛି। ତେବେ ରାସ୍ତାକୁ ଫଟାଇ ନିୟମ ଭାଙ୍ଗି ସିଧାସଳଖ ଟ୍ରାନ୍ସଫର୍ମର ରୁ ଲାଇନ ଚୋରି କରି ଦେବା ଓ ନେବା ଲୋକଙ୍କ ପାଇଁ କେତେ ଲକ୍ଷ ଟଙ୍କା ଫାଇନ କରାଯିବ  ତାହା ଦେଖିବାକୁ ଉତ୍ସୁକତା ଭରୁଛିଜନସାଧାରଣ ମନରେ।ପ୍ରକାଶ ଥାଉକି କିଛି ମାସ ତଳେ ରେଙ୍ଗାଲିକେମ୍ପ କେନାଲ କଲୋନୀରେ କେନାଲ ବିଭାଗର କିଛି କର୍ମଚାରୀ ଅନୈତିକ ଭାବରେ ବିଦ୍ୟୁତ ବ୍ୟବହାର କରିଆସୁଥିଲେ। ଏବଂ କିଛି କର୍ମଚାରୀ ସେଥିରେ ସଂଶ୍ଳିଷ୍ଟ ରହିଥିଲେ ବୋଲି ଜଣାପଡିଥିଲା।ଏହି ଖବର ଗଣମାଧ୍ୟମକୁ ଆସିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଏକ ଦଳ ନେଇ କଲୋନୀ କୁ ପ୍ରବେଶ କରି ଫାଇନ ଆଦାୟ  କରିବା ସହ ଲାଇନ ସଂଯୋଗ କଟାଯାଇଥିଲା । ତେବେ ବିଦ୍ୟୁତ ବିଭାଗୀୟ କର୍ମଚାରୀ, ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏମିତି ବିଦ୍ୟୁତ ଚୋରି ହେଉଥିବା ଏବେ ବେଶ ଚର୍ଚ୍ଚାକୁ ଆସିଛି। ବିଦ୍ୟୁତ ବିଭାଗରେ ଏବେ ବହୁତ ପରିମାଣରେ ବେନିୟମ କାର୍ଯ୍ୟ ଚାଲୁଥିବା ଦେଖିବାକୁ ମିଳୁଛି।ଏମିତିକି, ଲାଦେରପାଲିରେ ଏକ ଘର ଉପରୁ ଯାଇଥିବା ୧୧ କେ. ବି ତାର କୁ ବି ବିନା ଅନୁମତିରେ ସ୍ଥାନାନ୍ତର କରାଯାଇଥିବା  ନଜିର ରହିଛି lତେବେ ଦେଖାଯାଉ ଟାଟା ପାୱାର ଏମାନଙ୍କ ଉପରେ କଣ ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like